ରାଜ୍ୟ

Looted Gold Recovered ଛତିଶଗଡ଼ରୁ ୫୦ଲକ୍ଷ ଟଙ୍କାର ଚୋରି ସୁନା ଓ ରୁପାଳଙ୍କାର, ଗଞ୍ଜାମରୁ ଉଦ୍ଧାର

ଛତିଶଗଡ଼ ସୀତାପୁରରୁ ଲୁଟ୍‌ ହୋଇଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଗଞ୍ଜାମ ସୋରଡ଼ା ଅଞ୍ଚଳରୁ ଜବତ କରିଛି ପୁଲିସ।

ଆସିକା: ଛତିଶଗଡ଼ ସରଗୁଜା ଜିଲ୍ଲା ସୀତାପୁର ଅଞ୍ଚଳରୁ ଜଣେ ସୁନାଦୋକାନୀଙ୍କ ଠାରୁ ଦୁର୍ବୃତ୍ତମାନେ ବ୍ୟାଗ୍‌ଭର୍ତ୍ତି ସୁନା ଓ ରୁପାଳଙ୍କାର ଲୁଟିନେଇଥିଲେ। ଏହି ମାମଲାରେ ପାଟପୁର ପୁଲିସ ଚଢ଼ାଉ କରି ସୋରଡ଼ା ଥାନା ଅଞ୍ଚଳର ଏକ ବସ୍ତିରୁ ଲୁଟ ସୁନା ଓ ରୁପା ଜବତ କରାଯାଇଛି। ଜବତ ହୋଇଥିବା ଅଳଙ୍କାର ମଧ୍ୟରେ ୩୦୦ ଗ୍ରାମ ସୁନା ଓ ୧୪୦୦ଗ୍ରାମ ରୁପା ରହିଛି। ଏହାର ମୋଟ ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ।

ଢେଙ୍କାନାଳ: ରାସୋଳ ଥାନା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ କୋଟିଏ ଟଙ୍କାର ସୁନାଗହଣା ଲୁଟ୍‌ ଅଭିଯୋଗ। ବ୍ୟାଙ୍କ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ସୁନା ଲୁଟ୍‌ ସୂଚନା। ଲକର୍‌ରୁ ସୁନା ଗହଣା ସହ ୮ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଜଣ ବ୍ୟାଙ୍କ କର୍ମଚାରୀ ଆହତ। ଘଟଣାସ୍ଥଳରେ ପୁଲିସ୍‌ର ଛାନ୍‌ଭିନ୍‌ ଜାରି।

ପୁଲିସ ଦେଇଥିବା ସୂଚନାନୁସାରେ, ସୀତାପୁର ଅଞ୍ଚଳରୁ ୨୬ ଜୁଲାଇ ପୂର୍ବାହ୍ନରେ ସୁନା ଦୋକାନୀ  ଏକ ବ୍ୟାଗ ରେ ସୁନା ରୁପା ଅଳଙ୍କାର ନେଇ ଦୋକାନ ଖୋଲିବା ପାଇଁ ଯାଉଥିଲେ।  ଲୁଟେରାମାନେ ଦୋକାନୀଙ୍କ ଠାରୁ ବ୍ୟାଗ୍‌ ଛଡାଇ ଫେରାର୍‌ ହୋଇଥିଲେ। ଏହି ଘଟଣାରେ ସାଇବର ସେଲ ଓ ସିସି ଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button