ରାଜ୍ୟ
Death: ବନ୍ୟାଜଳରେ ଭାସି ଜଣେ ମୃତ, ୩ ଦିନ ପରେ ମିଳିଲା ମୃତଦେହ
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ଘୁରୁଡିଆ ନାଳ ବନ୍ୟାଜଳରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କରଦାଙ୍ଗି ଆମ୍ବତଇଳା ସାହିର ସ୍ବର୍ଗତ ଜଗବନ୍ଧୁ ମହନ୍ତଙ୍କ ପୁଅ ଭକ୍ତବନ୍ଧୁ ମହାନ୍ତ(୫୪ )।

ତେଲକୋଇ: କେନ୍ଦୁଝରଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ଘୁରୁଡିଆ ନାଳ ବନ୍ୟାଜଳରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କରଦାଙ୍ଗି ଆମ୍ବତଇଳା ସାହିର ସ୍ବର୍ଗତ ଜଗବନ୍ଧୁ ମହନ୍ତଙ୍କ ପୁଅ ଭକ୍ତବନ୍ଧୁ ମହାନ୍ତ(୫୪ )। ସେ ଗତ ଶନିବାର ଅପରାହ୍ନ ୧୨ ଟା ବେଳେ ଘୁରୁଡିଆ ନାଳ ନିକଟସ୍ଥ ହାଟୁଆବାଟ ଚାଷ ଜମିକୁ ଆସିଥିଲେ। ତା’ପରେ ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ନିଖୋଜ ନେଇ ତେଲକୋଇ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା।
ସୌଜନ୍ୟ ସମ୍ବାଦ




