ରାଜ୍ୟ

Accident: ଦୁଇ କାର୍ ମୁହାଁମୁହିଁ ଧକ୍କା: ଯୁବକ ମୃତ; ଚାରି ଗୁରୁତର

କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଶିବିଳାପଶି ଓଭରବ୍ରିଜ ଉପରେ ବିଳମ୍ବିତ ରାତିରେ ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଶିବିଳାପଶି ଓଭରବ୍ରିଜ ଉପରେ ବିଳମ୍ବିତ ରାତିରେ ଦୁଇଟି କାର ମଧ୍ୟରେ ମୁହାଁମୁହିଁଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କାଲୁରିଆ ଗ୍ରାମର ବିପିନ ବେହେରା (୩୨)।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଏକ ଟାଟା ସଫାରୀ ପରଜଙ୍ଗ ପଟୁ କାମାକ୍ଷାନଗର ଅଭିମୁଖେ ଆସୁଥିଲା। ଶିବିଳାପଶି ଓଭରବ୍ରିଜ ଉପରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ଗାଡ଼ିର ବେଗ ଅଧିକ ଥିବାରୁ ଧକ୍କାର ତୀବ୍ରତା ଅଧିକ ରହିଥିଲା। ଦୁର୍ଘଟଣାରେ ଦୁଇଟି ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବା ବେଳେ ଏୟାରବ୍ୟାଗ୍ ମଧ୍ୟ ଖୋଲିଯାଇଥିଲା। ଦୁର୍ଘଟଣା ପରେ ଗାଡ଼ିରେ ଥିବା କିଛି ଲୋକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦେବା ସହ ଆହତମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲକୁ ପଠାଇଥିଲେ।

ଢେଙ୍କାନାଳଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି

ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବିପିନ ବେହେରାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଚାରିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତମାନଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାକୁ ନେଇ କାମାକ୍ଷାନଗର ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button