Protest: ସମୁଦ୍ର ଆଁରୁ ନିଜ ଭିଟାମାଟି ବଞ୍ଚାଇବାକୁ ନେଇ ୪ଖଣ୍ଡ ଗ୍ରାମବାସୀ ଗୋପାଳପୁର ପୋର୍ଟ ସମ୍ମୁଖରେ ବିଶାଳ ଗଣଧାରଣା
ଶେଷରେ ସମୁଦ୍ର ଆଁରୁ ନିଜ ଭିଟାମାଟି ବଞ୍ଚାଇବାକୁ ନେଇ ଗ୍ରାମବାସୀ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି l ଗୋପାଳପୁର ପୋର୍ଟର ଦୁଇଟି ଫାଟକ ସମ୍ମୁଖରେ ଶହ ଶହ ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରଛାତ୍ରୀ ଆନ୍ଦୋଳନରେ ବସି ରହିଛନ୍ତି l

ଛତ୍ରପୁର: ଶେଷରେ ସମୁଦ୍ର ଆଁରୁ ନିଜ ଭିଟାମାଟି ବଞ୍ଚାଇବାକୁ ନେଇ ଗ୍ରାମବାସୀଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି l ବହୁବାର ଦାବି ଏବଂ ଜ଼ିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ମଧ୍ୟ ସମସ୍ୟାର ସମାଧାନ ଦିଗରେ ନା ପ୍ରଶାସନ ନା ଗୋପାଳପୋର୍ଟ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲାନି l ଏଣୁ ବାଧ୍ୟ ହୋଇ ବଡ ଆର୍ଯ୍ୟପଲ୍ଲୀ, ସାନ ଆର୍ଯ୍ୟପଲ୍ଲୀ, କତୁର ଓ କେ. ଆର୍ଯ୍ୟପଲ୍ଲୀ ୪ ଖଣ୍ଡ ଗ୍ରାମବାସୀ ସେମାନଙ୍କ ଭିଟାମାଟି ଓ ପରିବାର ବଞ୍ଚାଇବାକୁ ନେଇ ଅଧିକାର ଲଢ଼େଇ ଆରମ୍ଭ କରିଛନ୍ତି l ଆର୍ଯ୍ୟପଲ୍ଲୀ ସମୁଦ୍ର ଦିନକୁ ଦିନ କୂଳ ଲଙ୍ଘିବାର ଲାଗିଛି l କେଉଁ ମୁହୂର୍ତ୍ତରେ ଗାଁକୁ ସମୁଦ୍ର ଗ୍ରାସିବ ତାହାକୁ ନେଇ ଗ୍ରାମବାସୀ ଭୟଭୀତ ରହିଛି l ଏହାସହ ଛାତ୍ରଛାତ୍ରୀମାନେ ସ୍କୁଲରେ ପାଠପଢୁଥିବା ବେଳେ ସ୍କୁଲ ମଧ୍ୟ କେତେବେଳେ ସମୁଦ୍ରରେ ଲୀନ ହୋଇଯିବ ତାହାକୁ ଛାତ୍ରଛାତ୍ରୀ ଭୟଭୀତ ରହି ଅଧିକାଂଶ ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ପଛଘୁଞ୍ଚା ହେଉଛନ୍ତି l ଏନେଇ ବାରମ୍ବାର ଦାବି କରିଲେ ସୁଦ୍ଧା କିଏ ଗୁହାରି ଶୁଣିବାକୁ ଇଛା ପ୍ରକାଶ କରୁନାହାନ୍ତି l
ଗୋଟିଏ ପଟେ ନିଜ ଭିଟାମାଟି ଓ ପରିବାରକୁ ବଞ୍ଚାଇବାକୁ ଯାଇ ସମସ୍ତଙ୍କୁ ଗୁହାରି ଜଣାଇବାଥିବା ବେଳେ କାହାରି ମଧ୍ୟ ଆନ୍ତରିକତା ନାହିଁ l ଏଣୁ ଶେଷରେ ଭିଟାମାଟି ଓ ପରିବାରକୁ ବଞ୍ଚାଇବା ତଥା ନିଜ ଅଧିକାର ପାଇଁ ଜୀବନକୁ ମଧ୍ୟ ବାଜି ଲଗାଇଲା ପର୍ଯ୍ୟନ୍ତ ଲଢ଼େଇ ତଥା ଆନ୍ଦୋଳନ କରିବା ପାଇଁ ପଛାଇବୁ ନାହିଁ ଦାବି ନେଇ ଆଜି ସମସ୍ତ ଗ୍ରାମବାସୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି l ଗୋପାଳପୁର ପୋର୍ଟର ଦୁଇଟି ଫାଟକ ସମ୍ମୁଖରେ ଶହ ଶହ ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରଛାତ୍ରୀ ଆନ୍ଦୋଳନରେ ବସି ରହିଛନ୍ତି l ସେମାନଙ୍କ ଦାବି ହେଉଛି, ସମୁଦ୍ର କୂଳରେ ପଥର ବନ୍ଧ ବା ଗାର୍ଡ ୱେଲ ନିର୍ମାଣ କରିବା, ଗୋପାଳପୁର ପୋର୍ଟ ଫିସେରୀ ଜେଟିରେ ଥିବା ପାହାଚ ଗୁଡିକର ମରାମତି କରିବା, ଫିସେରୀ ଜେଟି ରେ ଜଳ ଓ ଆଲୋକୀକରଣ ବ୍ୟବସ୍ଥା କରିବା, ମେରାଇନ ଥାନାଠୁ ଫିସେରୀ ଯେଟିକୁ ସଂଲଗ୍ନ ହୋଇଥିବା ରାସ୍ତାକୁ ପିଚୁ ରାସ୍ତା କରିବା ଓ ସ୍ଥାନୀୟ ବେକାର ଯୁବକ ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଭଳି ୫ ଦଫା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଏନେଇ ସେମାନେ ପୂର୍ବରୁ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା l
ସୌଜନ୍ୟ ସମ୍ବାଦ




