ରାଜ୍ୟ
Death: ବାରସୁଆଁ ଲୌହ ଖଣିରେ ଅଘଟଣ, କାର୍ଯ୍ୟରତ ଶ୍ରମିକଙ୍କ ଚାଲିଗଲା ଜୀବନ
କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ବାରସୁଆଁ ଲୌହଖଣିରେ ଆଜି ସକାଳ ୬:୩୦ମିନିଟରେ ଜଣେ ଠିକା ଶ୍ରମିକ ତରୁଣ ଭୁମିଜ ଖଣି ଭେଲି ପଏଣ୍ଟରୁ ନମୁନା ସଂଗ୍ରହ କରୁଥିବା ସମୟରେ ତାଙ୍କ ଉପରେ ଲୁହା ପଥର ଧସି ପଡ଼ିଥିଲା।

କୋଇଡା: କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ବାରସୁଆଁ ଲୌହଖଣିରେ ଆଜି ସକାଳ ୬:୩୦ମିନିଟରେ ଜଣେ ଠିକା ଶ୍ରମିକ ତରୁଣ ଭୁମିଜ ଖଣି ଭେଲି ପଏଣ୍ଟରୁ ନମୁନା ସଂଗ୍ରହ କରୁଥିବା ସମୟରେ ତାଙ୍କ ଉପରେ ଲୁହା ପଥର ଧସି ପଡ଼ିଥିଲା। ଏହାଫଳରେ ସେ ସେହି ଲୁହା ପଥର ତଳେ ଦାବି ଯାଇଥିଲେ l ନିକଟରେ କାର୍ଯ୍ୟରତ ଶ୍ରମିକ ଦେଖି ତାଙ୍କୁ ଉଦ୍ଧାର କାରିଥିଲେ l
ଶବ ରଖି ପ୍ରତିବାଦ
ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଟେନସା ହସ୍ପିଟାଲକୁ ପଠା ଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ନ୍ୟାୟ ଦାବିରେ ତାଙ୍କ ପରିବାର ଲୋକଙ୍କ ସହିତ ଠିକା ଶ୍ରମିକମାନେ ବାରସୁଆଁ ଲୌହଖଣି ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ପ୍ରତିବାଦ କରିଛନ୍ତି l
ସୌଜନ୍ୟ ସମ୍ବାଦ




