ଦେଶ ବିଦେଶ

Uttarpradesh: ଉତ୍ତରପ୍ରଦେଶ ଏଟିଏସ୍‌ ଦ୍ବାରା ସନ୍ଦିଗ୍ଧ ଆତଙ୍କୀ ଗିରଫ, ଜିହାଦୀ କାର୍ଯ୍ୟ ପାଇଁ ପାକିସ୍ତାନକୁ ପାଣ୍ଠି ପଠାଉଥିଲା

ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ଏଟିଏସ୍‌) ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦ ସମ୍ପର୍କରେ ଥିବା ଅଭିଯୋଗରେ ଜଣେ ୨୪ ବର୍ଷୀୟ ଯୁବକକୁ ଗିରଫ କରିଛି।

ମିରଟ: ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ଏଟିଏସ୍‌) ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦ ସମ୍ପର୍କରେ ଥିବା ଅଭିଯୋଗରେ ଜଣେ ୨୪ ବର୍ଷୀୟ ଯୁବକକୁ ଗିରଫ କରିଛି। ସନ୍ଦିଗ୍ଧ ଆତଙ୍କୀ ମହମ୍ମଦ ଜାଫର୍‌ ମଦ୍ରାସା ନାଁରେ ପାଣ୍ଠି ସଂଗ୍ରହ କରି ପାକିସ୍ତାନକୁ ପଠାଉଥିବା ଏଟିଏସ୍‌ ପକ୍ଷରୁ କୁହାଯାଇଛି। ଜାଫର୍‌ ବିହାରର ପୂର୍ଣ୍ଣିଆ ଜିଲ୍ଲାର ରୌଟା ପୁଲିସ ଷ୍ଟେସନ ଅନ୍ତର୍ଗତ ମୀର୍‌ଗଞ୍ଜ ଗାଁର ବାସିନ୍ଦା ମହମ୍ମଦ ଜାହିରଙ୍କ ପୁଅ। ରବିବାର ଏଟିଏସ୍ ତାକୁ ଗିରଫ କରିଥିଲା।

ଜାଫର୍‌ ଭାରତରେ ଜିହାଦୀ କାର୍ଯ୍ୟକଳାପ ପାଇଁ ମଦ୍ରାସା ନାଁରେ ପାଣ୍ଠି ସଂଗ୍ରହ କରି ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନକୁ ପଠାଉଥିଲା। ଜାଫରର ସୋସିଆଲ ମିଡିଆ ଆକାଉଣ୍ଟରୁ ଜଣାପଡିଛି ଯେ, ସେ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରର ଉତ୍ତେଜକ ବାର୍ତ୍ତା ଓ ଭାଷଣ ସେୟାର କରୁଥିଲା ଓ ଲୋକଙ୍କୁ ଜିହାଦ ପାଇଁ ଉସୁକାଇବାକୁ ଚେଷ୍ଟା କରୁଥିଲା। ଜାଫର୍‌ ବିରୋଧରେ ୟୁଏପିଏ ଓ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button