ରାଜ୍ୟ

Attack: ବାପା ମାଙ୍କୁ ଛୁରା ମାରିଲା ପୁଅ, ବଞ୍ଚାଇବାକୁ ଯାଇ କନେଷ୍ଟବଳ ଗୁରୁତର

ଆଜି ସକାଳେ କୌଣସ କଥାକୁ ନେଇ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁରର ବାପା ରାମଚନ୍ଦ୍ର ରଥ ଓ ତାଙ୍କ ପୁଅ ବିଚିତ୍ରାନନ୍ଦ ରଥଙ୍କ ଭିତରେ ଝଗଡ଼ା ହୋଇଥିଲା। ଏହାପରେ ପୁଅ ବିଚିତ୍ରାନନ୍ଦ ଛୁରାରେ ବାପାଙ୍କୁ ଆକ୍ରମଣ କରିଥିଲା।

ଗୋପ: ବାପା ମାଙ୍କୁ ଛୁରା ମାରିଲା ପୁଅ, ବଞ୍ଚାଇବାକୁ ଯାଇ ଦୁଇ ଏସଆଇ ଓ ଜଣେ କନେଷ୍ଟବଳ ଗୁରୁତର। ଗୁରୁତର ବାପା ଓ ମା ଗୋପ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଛୁରା ମାରିଥିବା ପୁଅ ନିଜକୁ ଏକ ଘରେ ବନ୍ଦ ରଖିଥିବା ବେଳେ ହାତରେ ଛୁରା ଧରିଥିବାରୁ ଗୋପ ପୁଲିସ କବାଟ ପାଖରେ ଛକି ରହିଛନ୍ତି।

ପୁଅକୁ  ଧରିବାକୁ ପୁଲିସ ପୁରା ନାକେଦମ

ସୂଚନା ଅନୁଯାୟୀ, ଆଜି ସକାଳେ କୌଣସ କଥାକୁ ନେଇ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁରର ବାପା ରାମଚନ୍ଦ୍ର ରଥ ଓ ତାଙ୍କ ପୁଅ ବିଚିତ୍ରାନନ୍ଦ ରଥଙ୍କ ଭିତରେ ଝଗଡ଼ା ହୋଇଥିଲା। ଏହାପରେ ପୁଅ ବିଚିତ୍ରାନନ୍ଦ ଛୁରାରେ ବାପାଙ୍କୁ ଆକ୍ରମଣ କରିଥିଲା। ଏଣେ ମା’ ତାଙ୍କୁ ରକ୍ଷା କରିବା ପାଇଁ ଯିବା ବେଳେ ବି ଛୁରାମାଡ଼ର ଶିକାର ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ଗୋପ ପୁଲିସ ପହଞ୍ଚି ପୁଅକୁ ଏବେ ଧରିବାକୁ ପୁରା ନାକେଦମ। ତେବେ ପୂର୍ବରୁ ପୁଅର ମାନସିକ ଅବସ୍ଥା ଠିକ୍ ନଥିଲା ବୋଲି ବାପା କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button