ଜାତୀୟ

ବିଶ୍ୱର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱରେକର୍ଡ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ବଂଶୋଦ୍ଭବ ଦୁବାଇର ୧୬ ବର୍ଷୀୟ ଲକ୍ଷ୍ମଣନ୍‌ ମେୟାପ୍ପନ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର ୧୬ ବର୍ଷ ବୟସରେ ଏହି ସଫଳତା ହାସଲ କରି ସେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ନିଜ ନାମ ସାମିଲ କରିଛନ୍ତି। କୋଭିଡ୍‌-୧୯ ମହାମାରୀ ସମୟରେ ଦଶମ ବୋର୍ଡ ପରୀକ୍ଷା ପରେ ସେ ଆକାଉଣ୍ଟ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ମାତ୍ର ୧୫ ବର୍ଷ ବୟସରୁ ଏସିସିଏ ପାଠ୍ୟକ୍ରମ ଆରମ୍ଭ କରି ପ୍ରାୟ ଏକ ବର୍ଷ ଭିତରେ ଏହାକୁ ସମ୍ପୂର୍ଣ୍ଣ କରିଥିଲେ। ବର୍ତ୍ତମାନ ସେ ସିଏଫ୍‌ଏ ଚାର୍ଟର ହାସଲ କରିବା ସହିତ ଫାଇନାନ୍ସରେ ଏମଏସ୍‌ସି ପାଠ୍ୟକ୍ରମ ଜାରି ରଖିଛନ୍ତି ଏବଂ ଦୁବାଇର ସେଞ୍ଚୁରୀ ଫାଇନାନ୍ସିଆଲରେ ସିନିୟର ରିସର୍ଚ୍ଚ ଆନାଲିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ପାଠପଢ଼ା ବ୍ୟତୀତ ଘଣ୍ଟା ଡିଜାଇନ୍‌ କରିବା ଏବଂ ନିର୍ମାଣ କରିବାରେ ମଧ୍ୟ ତାଙ୍କର ବିଶେଷ ଆଗ୍ରହ ରହିଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button