ଜାତୀୟ

JPMorgan Food Price Warning: ୨୦୨୭ ସୁଦ୍ଧା ଖାଦ୍ୟ ପାନୀୟ ଦର ହେବ ଅସମ୍ଭାଳ, ଗବେଷଣା ସଂସ୍ଥା ଜେପି ମୋର୍ଗାନର ଚେତାବନୀ

ନୂଆଦିଲ୍ଲୀ,୧୯/୦୮: ୨୦୨୭ ସୁଦ୍ଧା ଭାରତରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ଦର ଅସମ୍ଭାଳ ହୋଇପାରେ । ବହୁରାଷ୍ଟ୍ରୀୟ ବିତ୍ତୀୟ ସେବା କମ୍ପାନି ଜେପି ମୋର୍ଗାନ ଏହି ଚେତାବନୀ ଦେଇଛି । ରିପୋର୍ଟ ଅନୁସାରେ, ଭାରତ ସରକାରଙ୍କ ଉପରେ ୩ ଲକ୍ଷ କୋଟି ଟଙ୍କାର ସବ୍‌ସିଡି ବୋଝ ବଢ଼ିବ ।

ଜେପି ମୋର୍ଗାନ ପ୍ରକାଶ କରିଛି ଯେ, ଦରଦାମ ବୃଦ୍ଧିର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବ । ସାର ଅଭାବ, ଭୁରାଜନୈତିକ ଅସ୍ଥିରତା ସହ ଏଲ୍‌ନିନୋ ରୂପକ ଝଡ଼ ଯୋଗୁ ସଂକଟ ଅଧିକ ବଢ଼ିବ । ବର୍ଷ ୨୦୨୭ର ପ୍ରଥମ ୬ ମାସରେ ବିଶ୍ୱ ସ୍ତରରେ ଖାଦ୍ୟ ପାନୀୟ ସାମଗ୍ରୀ ଦାମ ୫% ପର୍ଯ୍ୟନ୍ତ ବଢ଼ିପାରେ । ୨୦୨୬ର ପ୍ରଥମ ୬ ମାସରେ ଏହି ଅଙ୍କ ୨.୮% ଥିଲା । ଭାରତ ପାଇଁ ଏ ଚେତାବନୀ ଏଥିପାଇଁ ଗୁରୁତ୍ୱ ବହନ କରୁଛି କାରଣ ଦେଶରେ ପୂର୍ବରୁ ହିଁ ସାର ବଡ଼ ମାତ୍ରାରେ ମହଙ୍ଗା ହୋଇସାରିଲାଣି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button