ଜିଲ୍ଲା

କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ ; ଆମେ ଗୁଣ୍ଡା ନୁହେଁ, ପେଟ ପାଟଣା ପାଇଁ ୧୨ ଘଣ୍ଟା ଖଟୁ

ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ୍ ଛକରେ ଅନଲାଇନ ଗାଡି ଚାଳକ ସଂଘର ହିଂସା ଘଟଣାରେ ଶୁକ୍ରବାର ବଡ ଖବର ସାମ୍ନାକୁ ଆସିଛି। କ୍ଷମା ପ୍ରାର୍ଥନା କଲା ସ୍ମାର୍ଟ ସିଟି ଅନଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର ସଂଘ। ଭିଡିଓ ଜାରି କରି ଜନସାଧାରଣଙ୍କୁ କ୍ଷମା ମାଗିଲେ ସଭାପତି ଦୀନବନ୍ଧୁ ନାୟକ। ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦଃଖିତ ବୋଲି କହିଛନ୍ତି ଦୀନବନ୍ଧୁ। ଭୁଲଟା ଭୁଲ୍, ଭୁଲ୍ କୁ ସେ ସ୍ୱୀକାର କରିଛନ୍ତି। ଏମିତି ହେବାର ନଥିଲା, ହିଂସା ଘଟଣାରେ ରାଜନୀତି ଥିବା ଚର୍ଚ୍ଚା ସେ ଖଣ୍ଡନ କରିଛନ୍ତି। ଆମେ ସମସ୍ତେ ଗରୀବ ଖଟିଖିଆ ଅଟୋ-ଟ୍ୟାକ୍ସି-ବାଇକ ଚାଳକ। ମୁଁ ରାଜନୀତି କରେନି, ବିଜେପିର ଜଣେ ସଦସ୍ୟ ହୋଇ ରହିଛି। ମୁଁ ଅଟଳ ବିହାରୀ ବାଜପେୟୀ, ନରେନ୍ଦ୍ର ମୋଦୀ ଓ ମୋହନ ମାଝୀଙ୍କୁ ଭଲ ପାଏ ବୋଲି କହିଛନ୍ତି। ଆମେ କୌଣସି ଗୁଣ୍ଡା ନୁହେଁ, ପେଟ ପାଟଣା ପାଇଁ ୧୨ ଘଣ୍ଟା ଖଟୁଛୁ। ପରିବହନ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୁଲିସଙ୍କ ସହ ମୋର ଭଲ ସମ୍ପର୍କ। ଦୟା କରି ଜବତ ଗାଡିଗୁଡିକୁ ଫେରାଇ ଦେବାକୁ ପୁଲିସକୁ ଅନୁରୋଧ କରିଛନ୍ତି। ଯେଉଁମାନେ ଗିରଫ ହୋଇଛନ୍ତି, ସେମାନଙ୍କୁ ବେଲରେ ଆଣିବାକୁ ଚେଷ୍ଟା କରିବୁ। ଗତ ୧୯ ତାରିଖ ଭଙ୍ଗାରୁଜା ଓ ପୁଲିସକୁ ଆକ୍ରମଣ ପରଠୁ ଦୀନବନ୍ଧୁ ଫେରାର ଅଛନ୍ତି। ତାଙ୍କୁ ଖାରବେଳନଗର ଥାନା ପୁଲିସ ଖୋଜୁଛି।
ସୂଚନାଯୋଗ୍ୟ, ରାଜଧାନୀ ଲୋୟର ପିଏମଜି ହିଂସା ଘଟଣାରେ ୩୫୪ ଅଟୋକୁ ଜବତ କଲାଣି କମିଶନରେଟ୍ ପୁଲିସ। ୧୪ରୁ ଅଧିକ ଆମ ବସ ଭାଙ୍ଗିଛନ୍ତି ଆନ୍ଦୋଳନକାରୀ। ଏହି ହିଂସା ପାଇଁ ଆମ ବସର ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button