ରାଜ୍ୟ
Forest Department: ଚୋରା କାଠ ବୋଝେଇ ପିକଅପ୍ ଜଵତ
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଘଣ୍ଟିଆଦର ସାଳନ୍ଦୀ ନଦୀ ସେତୁ ନିକଟରୁ ଏକ ଚଉକାଠ ବୋଝେଇ ପିକଅପ୍ ଜଵତ କରିଛି ଠାକୁରମୁଣ୍ଡା ଵନବିଭାଗ। ଏହି ଚଢ଼ାଉରେ ଵନପାଳ ବିଦ୍ୟାଧର ମହାନ୍ତ, ବିଶ୍ଵଜିତ ମହାନ୍ତ, ଵନରକ୍ଷୀ ମନୋଜ କୁମାର ବେହେରା, ତପନେଶ୍ଵର ପାଲ୍ ସାମିଲ ହୋଇଥିଲେ।

ଠାକୁରମୁଣ୍ଡା(ଯୋଗେନ୍ଦ୍ର ପାତ୍ର): ମୟୂରଭଞ୍ଜଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଘଣ୍ଟିଆଦର ସାଳନ୍ଦୀ ନଦୀ ସେତୁ ନିକଟରୁ ଏକ ଚଉକାଠ ବୋଝେଇ ପିକଅପ୍ ଜଵତ କରିଛି ଠାକୁରମୁଣ୍ଡା ଵନବିଭାଗ। କରଞ୍ଜିଆ ବନଖଣ୍ଡ ଅଧିକାରୀ ଅଜୟ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ବିଶେଷ ସୁତ୍ରରୁ ଖବର ପାଇ ଜରକ ଗ୍ରାମ ପଞ୍ଚାୟତ ଘଣ୍ଟିଆଦର ସାଳନ୍ଦୀ ନଦୀ ସେତୁ ନିକଟରେ ଛକି ରହିଥିଲେ। ମଙ୍ଗଳବାର ରାତି ପ୍ରାୟ ୧ଟା୪୫ ମିନିଟ୍ ସମୟରେ ଏକ ପିକ୍ଅପ (ଓ ଆର ୦୨ଵିଟି୫୦୧୩) କୁ ଅଟକାଇ ତଲାସୀ କରିବାରୁ କାଠ ବୋଝେଇ ହୋଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଚାଳକ ଦୌଡ଼ି ପଳାଇଥିଲା। ଵନବିଭାଗ କର୍ମଚାରୀ ପିକଅପ୍ କୁ ଜବତ କରି ଠାକୁରମୁଣ୍ଡା ଵନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ।
ସୌଜନ୍ୟ ସମ୍ବାଦ




