ରାଜ୍ୟ
Swargadwara: ସ୍ୱର୍ଗଦ୍ୱାରରେ ଅଭାବନୀୟ ଘଟଣା: ଶବଯାତ୍ରାରେ ସଂକୀର୍ତ୍ତନ କରୁଥିଲେ, ଶବ ହୋଇଗଲେ
ପୁରୀ ସ୍ୱର୍ଗଦ୍ୱାରରେ ଆଜି ଶବ ଶୋଭାଯାତ୍ରାରେ ସଂକୀର୍ତ୍ତନ କରୁଥିବା ଜଣେ ବ୍ୟକ୍ତିଙ୍କର ହୃଦ୍ଘାତରେ ଜୀବନ ଚାଲିଯାଇଛି। ମୃତକ ହେଲେ ପୁରୀର ପ୍ରଭାତ ସାହୁ। ସୂଚନା ଅନୁସାରେ, ଆଜି ସକାଳେ ପୁରୀ ଗଜପତି ନଗର ଅଞ୍ଚଳର ବସନ୍ତ କୁମାର ଦାସଙ୍କ ପରଲୋକ ହୋଇଥିଲା।

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଆଜି ଶବ ଶୋଭାଯାତ୍ରାରେ ସଂକୀର୍ତ୍ତନ କରୁଥିବା ଜଣେ ବ୍ୟକ୍ତିଙ୍କର ହୃଦ୍ଘାତରେ ଜୀବନ ଚାଲିଯାଇଛି। ମୃତକ ହେଲେ ପୁରୀର ପ୍ରଭାତ ସାହୁ। ସୂଚନା ଅନୁସାରେ, ଆଜି ସକାଳେ ପୁରୀ ଗଜପତି ନଗର ଅଞ୍ଚଳର ବସନ୍ତ କୁମାର ଦାସଙ୍କ ପରଲୋକ ହୋଇଥିଲା। ପରିବାର ଲୋକେ ତାଙ୍କ ଶବକୁ ହରିବୋଲ ହୁଳହୁଳି ଓ ସଂକୀର୍ତ୍ତନ ସହ ଘରଠାରୁ ସ୍ୱର୍ଗଦ୍ୱାରକୁ ଶବଦାହ ପାଇଁ ଆଣିଥିଲେ। ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟ ଭାବେ ପ୍ରଭାତ ସାହୁ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଶବ ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ଦାହ ପୂର୍ବରୁ ସମସ୍ତେ ପ୍ରତୀକ୍ଷାଳୟରେ ବସିଥିଲେ।
ସୌଜନ୍ୟ ସମ୍ବାଦ




