ରାଜ୍ୟ

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ

ପ୍ରକୃତିର ତାଣ୍ଡବ, ବିଶ୍ୱତାପନ ଓ ପ୍ରଦୂଷଣ ଭଳି ମହାବିପତ୍ତିର ଏକମାତ୍ର ସ୍ଥାୟୀ ସମାଧାନ ହେଉଛି ବୃକ୍ଷରୋପଣ। ଏହି ବାର୍ତ୍ତାକୁ ପାଥେୟ କରି 'ସମ୍ବାଦ ଆମ ଓଡ଼ିଶା' ଏବଂ ରାଇକମାସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ୭୭ତମ ବନ ମହୋତ୍ସବ ଉପଲକ୍ଷେ..

ବୈଶିଙ୍ଗା (ଦୀପକ କୁମାର ସିଂହ): ପ୍ରକୃତିର ତାଣ୍ଡବ, ବିଶ୍ୱତାପନ ଓ ପ୍ରଦୂଷଣ ଭଳି ମହାବିପତ୍ତିର ଏକମାତ୍ର ସ୍ଥାୟୀ ସମାଧାନ ହେଉଛି ବୃକ୍ଷରୋପଣ। ଏହି ବାର୍ତ୍ତାକୁ ପାଥେୟ କରି ‘ସମ୍ବାଦ ଆମ ଓଡ଼ିଶା’ ଏବଂ ରାଇକମାସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ୭୭ତମ ବନ ମହୋତ୍ସବ ଉପଲକ୍ଷେ ସାମୁହିକ ବୃକ୍ଷରୋପଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଲଗାଣ ବର୍ଷା ଯୋଗୁଁ କାର୍ଯ୍ୟକ୍ରମ ସାମାନ୍ୟ ବିଳମ୍ବିତ ହୋଇଥିଲେ ମଧ୍ୟ ପରିବେଶ ସୁରକ୍ଷା ପାଇଁ ଉତ୍ସାହ ଓ ସଂକଳ୍ପରେ କୌଣସି ଊଣା ଦେଖାଯାଇ ନଥିଲା।

ମୁଖ୍ୟ ଅତିଥିଙ୍କ ଆହ୍ୱାନ
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗଦେଇ ନିଜେ ଚାରା ରୋପଣ କରି ଅନ୍ୟମାନଙ୍କୁ ପ୍ରେରିତ କରିଥିଲେ। ସେ କହିଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ସହ ପରିବେଶକୁ ସନ୍ତୁଳିତ ରଖିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇ ତା’ର ଯତ୍ନ ନେବା ଆବଶ୍ୟକ। ସମ୍ମାନିତ ଅତିଥି ସ୍ଥାନୀୟ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜତ କୁମାର ଦାଶ ଓ ବନପାଳ ଦୀପକ ପାତ୍ର ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ କେବଳ ବୃକ୍ଷରୋପଣ ହିଁ ଧରିତ୍ରୀକୁ ପ୍ରଳୟ ମୁହଁରୁ ରକ୍ଷା କରିପାରିବ।

୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ
ସମ୍ବାଦ ସାହିତ୍ୟଘର ବୈଶିଙ୍ଗା ଶାଖା, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ମିଳିତ ସହଯୋଗରେ ବିଦ୍ୟାଳୟ ପରିସର ତଥା ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ଚାରା ରୋପଣ କରାଯାଇଥିଲା। ଏଥିରେ ମୁଖ୍ୟତଃ: ଔଷଧୀୟ ଓ ପବିତ୍ର ବୃକ୍ଷ: ନିମ, କରଞ୍ଜ, ବଉଳ, ବର, ଅସ୍ତ, ଚମ୍ପା ଓ ନାଗେଶ୍ୱର ଫଳଜାତୀୟ ବୃକ୍ଷ: ଆମ୍ବ ଓ ପିଜୁଳି ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଉପଯୋଗୀ ଚାରା ରୋପଣ କରାଯିବା ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକାଧିକ ଚାରା ବଣ୍ଟନ କରାଯାଇ ପରିବେଶ ସଚେତନତା ସୃଷ୍ଟି କରାଯାଇଥିଲା।

ସାମୂହିକ ସଂକଳ୍ପ ଓ ସହଭାଗିତା
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ଜେନା ଉପସ୍ଥିତ ରହି ପ୍ରତ୍ୟେକ ନାଗରିକଙ୍କୁ ପରିବେଶ ସୁରକ୍ଷାରେ ଭାଗୀଦାର ହେବାକୁ ଆହ୍ୱାନ ଦେଇଥିଲେ। ସ୍ଥାନୀୟ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ ପ୍ରତିନିଧି ଦୀପକ କୁମାର ସିଂହ ମତବ୍ୟକ୍ତ କରି କହିଥିଲେ, ‘ଜଙ୍ଗଲ ସୁରକ୍ଷିତ ରହିଲେ ହିଁ ସମଗ୍ର ଜୀବଜଗତ ବଞ୍ଚିରହିବ। କାର୍ଯ୍ୟକ୍ରମରେ ବୈଶିଙ୍ଗା ସମ୍ବାଦ ସାହିତ୍ୟଘରର କର୍ମକର୍ତ୍ତା, ବିଦ୍ୟାଳୟର କର୍ମଚାରୀବୃନ୍ଦ, ବନ ବିଭାଗ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଯୁବକମାନେ ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସବୁଜ ଭବିଷ୍ୟତ ଗଠନ ପାଇଁ ଏକ ସଚେତନତା ଶିବିର ମଧ୍ୟ ଆୟୋଜିତ ହୋଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button