ଜିଲ୍ଲା

Inspiring story : ହାରିଲା ଦାରିଦ୍ର୍ୟ, ଜିତିଲା ସ୍ୱପ୍ନ… ଡାକ୍ତର ହେବେ ବାପଛେଉଣ୍ଡ ଆଦିବାସୀ ପୁଅ ମହେନ୍ଦ୍ର

ଉମରକୋଟ, ୨/୯ (ଦେବୀପ୍ରସାଦ ବେହେରା) : ପାଠପଢ଼ା ଆରମ୍ଭରୁ ସେ ଥିଲେ ମେଧାବୀ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ମହକିଥିଲା ତାଙ୍କ ପ୍ରତିଭାର ମହକ । ଏଥିଲାଗି ସ୍ନେହରେ ଗାଁ ଲୋକେ ତାଙ୍କୁ “କୁନି ଡାକ୍ତର’ ବୋଲି ଡାକୁଥିଲେ । ଆଜି ସିଏ ସତରେ ବଡ଼ ଡାକ୍ତର ହେବାକୁ ଯାଉଛନ୍ତି । ବାପାଙ୍କ ମୃତ୍ୟୁ ପରେ ଦାରିଦ୍ର‌୍ୟ ସହ ଲଢ଼ିଛନ୍ତି । ନିଜେ ଦେଖିଥିବା ସ୍ୱପ୍ନ ସାକାର କରିବାକୁ ଯାଇ ଅନେକ ସଂଘର୍ଷ କରିଛନ୍ତି । ନିଟ୍‌ରେ ସଫଳତା ପରେ ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ବୁର୍ଲା ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସାନପୁର ଗାଁର ଆଦିବାସୀ ଛାତ୍ର ମହେନ୍ଦ୍ର ଗଣ୍ଡ ।  ମହେନ୍ଦ୍ରଙ୍କ ଏହି ସଫଳତା ପଛରେ ରହିଛି ଅନେକ ସଂଘର୍ଷ ।

ଅଷ୍ଟମରେ ପଢୁଥିବା ବେଳେ ମହେନ୍ଦ୍ର ବାପାଙ୍କୁ ହରାଇଥିଲେ । ପରିବାରରେ ସେତେବଳେ ମାଆ, ଚାରି ଭଉଣୀ, ବଡ଼ଭାଇ ଓ ସବୁଠୁ ସାନ ଥିଲେ ମହେନ୍ଦ୍ର । ବାପାଙ୍କ ମୃତ୍ୟୁ ପରେ ପରିବାର ଉପରେ ଆର୍ଥିକ ଚାପ ଆହୁରି ବଢ଼ିଯାଇଥିଲା । ଭଙ୍ଗା ଟିଣଛପର ତଳେ ଅଭାବ ଅନଟନରେ ବିତୁଥିଲା ଜୀବନ । ଘର କାମରେ ମାଆଙ୍କୁ ସାହାଯ୍ୟ କରିବା ସହ ପାଠପଢ଼ାକୁ ଜୀବନର ମୂଳ ଲକ୍ଷ୍ୟ କରିଥିଲେ ମହେନ୍ଦ୍ର । ଗାଁ ପାଖ ହାଇସ୍କୁଲରୁ ଦଶମରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଜିଲ୍ଲାର ଏକଲବ୍ୟ ମଡେଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ପଢ଼ି ପ୍ରାୟ ୭୦ ପ୍ରତିଶତ ମାର୍କ ରଖିଥିଲେ । ଏହାପରେ ଡାକ୍ତର ହେବାର ସ୍ୱପ୍ନ ନେଇ ଜୟପୁର ବିକ୍ରମଦେବ ସ୍ୱୟଂଶାସିତ କଲେଜକୁ ଉଚ୍ଚଶିକ୍ଷା ପାଇଁ ଯାଇଥିଲେ । ବଡ଼ଭାଇ ସୁଭାଷ ଗାଁରେ ଥିବା ଜମିରେ ଚାଷ କରି ଯଥାସମ୍ଭବ ଅର୍ଥ ଯୋଗାଡ଼ କରି ପଠାଉଥିଲେ ମହେନ୍ଦ୍ରଙ୍କୁ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button