ଦେଶ ବିଦେଶ

Accident: ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା: ଓଲଟିଲା ତୀର୍ଥଯାତ୍ରୀ ଭର୍ତ୍ତି ପିକଅପ୍, ଜଣେ ଝିଅଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁଙ୍କ ଭର୍ତ୍ତି ଏକ ପିକଅପ୍ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେରେ ଓଲଟି ପଡ଼ିଛି।

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁଙ୍କ ଭର୍ତ୍ତି ଏକ ପିକଅପ୍ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେରେ ଓଲଟି ପଡ଼ିଛି। ବାରାଗାଓଁ କଟ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ଝିଅଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ପିକଅପ୍‌ରେ ୩୨ ଜଣ ଶ୍ରଦ୍ଧାଳୁ ଥିଲେ। ସେମାନେ ରାଜସ୍ଥାନର ବାଗଡ ଧାମରୁ ବଦାୟୁଁ ଫେରୁଥିଲେ।ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଏକ କ୍ୟାଣ୍ଟର ସହିତ ଧକ୍କା ହେବା ପରେ, ପିକଅପ୍‌ଟି ନିୟନ୍ତ୍ରଣ ହରାଇ ଏକ ଡିଭାଇଡରରେ ଧକ୍କା ହୋଇ ଓଲଟି ପଡ଼ିଥିଲା। ସୂଚନା ପାଇ ପୁଲିସ, ପିଆରଭି ଏବଂ ଆମ୍ବୁଲାନ୍ସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ସିଏଚସି ଏବଂ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ କିଛିଙ୍କୁ ଉନ୍ନତ ଚିକିତ୍ସା ପାଇଁ ରେଫର କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button