ଜାତୀୟ

Political Influencers: ନିର୍ବାଚନ ପ୍ରଚାରରେ ନୂଆ ରଣନୀତି, ଇନ୍‌ଫ୍ଲୁଏନ୍ସରଙ୍କୁ ନେଇ ଦଳ ଗଢୁଛନ୍ତି ‘ଡିଜିଟାଲ ସେନା’, ରିଲ୍ସ ଜରିଆରେ ଭୋଟରଙ୍କ ମନ ଜିଣିବେ

ନୂଆଦିଲ୍ଲୀ,୦୭/୦୯: ଆସନ୍ତା ବର୍ଷ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡ଼ିକ ଏବେଠାରୁ ପ୍ରଚାର ପାଇଁ ନୂଆ ରଣନୀତି ବନାଇବାରେ ଲାଗିପଡ଼ିଲେଣି । ସୋସିଆଲ ମିଡିଆ ଯୁଗର ଫାଇଦା ନେବାକୁ ଯାଇ ଦଳଗୁଡ଼ିକ ଇନ୍‌ଫ୍ଲୁଏନ୍ସରଙ୍କୁ ନେଇ ନେଟ୍ୱର୍କ ପ୍ରସ୍ତୁତ କରୁଥିବା ଜାଣିବାକୁ ମିଳିଛି । ବିଭିନ୍ନ ଦଳ କଣ୍ଟେଣ୍ଟ କ୍ରିଏଟର, ମାଇକ୍ରୋ ଇନ୍‌ଫ୍ଲୁଏନ୍ସରଙ୍କୁ ନେଇ ‘ଡିଜିଟାଲ ସେନା’ ଛିଡ଼ା କରାଉଛନ୍ତି ।

ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ପାଖରେ ନା ଦଳୀୟ ପଦବୀ ଅଛି ନା ପତାକା । ତଥାପି ସେମାନେ ଲକ୍ଷ ଲକ୍ଷ ଲୋକଙ୍କ ସ୍କ୍ରିନ୍‌ରେ ପହଞ୍ଚି ପାରୁଛନ୍ତି । ତେଣୁ ସେମାନଙ୍କୁ ନେଇ ନିର୍ବାଚନ ପ୍ରଚାର ରଣନୀତି ବନାଉଛନ୍ତି ଦଳ । ଯୁବା ଆନ୍ଦୋଳନ ଏହାର ଶକ୍ତି ଦେଖାଇ ସାରିଛି । ତେବେ ଆନ୍ଦୋଳନର ସୂଚନା, ସରକାରଙ୍କୁ ପ୍ରଶ୍ନ ଏବେ କେବଳ ସଭା ସମିତି, ପୋଷ୍ଟର କିମ୍ବା ସାମ୍ବାଦିକ ସମ୍ମିଳନୀରେ ସୀମିତ ରହିନାହିଁ । କେବଳ ଗୋଟିଏ ରିଲ୍, ମିମ୍ ଅଥବା ସର୍ଟ ଭିଡିଓ ହିଁ କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରୁଛି । ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଦଳଗୁଡ଼ିକ ୧୦ରୁ ୫୦ ହଜାର ଫଲୋଅର୍ ଥିବା ସ୍ଥାନୀୟ ଇନ୍‌ଫ୍ଲୁଏନ୍ସରଙ୍କ ନେଟ୍‌ଓ୍ବେର୍କ  ଗଢ଼ିବାରେ ଲାଗିପଡ଼ିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button