ରାଜ୍ୟ

Crime: ପତ୍ନୀଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ସ୍ବାମୀ ଗିରଫ, ଦେଶୀ ବନ୍ଧୁକ ଜବତ

ସାମାନ୍ୟ ଝଗଡ଼ାରୁ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛି ପତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ସୋମବାର ଦେଶୀ ବନ୍ଧୁକରୁ ଗୁଳିକରି ଅମ୍ବିକା ମିର୍ଦ୍ଧା (୩୮)ଙ୍କୁ ହତ୍ୟା କରିଛି ତାଙ୍କ ସ୍ବାମୀ ଚରଣ ମିର୍ଦ୍ଧା (୪୨)।

ରେଢ଼ାଖୋଲ: ସାମାନ୍ୟ ଝଗଡ଼ାରୁ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛି ପତି। ସମ୍ବଲପୁରଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ସୋମବାର ଦେଶୀ ବନ୍ଧୁକରୁ ଗୁଳିକରି ଅମ୍ବିକା ମିର୍ଦ୍ଧା (୩୮)ଙ୍କୁ ହତ୍ୟା କରିଛି ତାଙ୍କ ସ୍ବାମୀ ଚରଣ ମିର୍ଦ୍ଧା (୪୨)। ପୁଲିସ ଅଭିଯୁକ୍ତ ସ୍ବାମୀ ଚରଣକୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଜବତ କରିଛି।

ସୂଚନା ଅନୁସାରେ, ଘୋଷରାମାଳ ପଞ୍ଚାୟତ ଲାଣ୍ତିମାଳ ଗ୍ରାମର ଚରଣ ଓ ସ୍ତ୍ରୀ ଅମ୍ବିକାଙ୍କ ମଧ୍ୟରେ ସୋମବାର ଅପରାହ୍ଣ ୩ଟା ସମୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଚରଣ ଘରେ ଥିବା ଦେଶୀ ବନ୍ଧୁକରୁ ସ୍ତ୍ରୀ ଅମ୍ବିକାଙ୍କୁ ଗୁଳି କରିଥିଲା। ସ୍ବାମୀ ହାତରେ ବନ୍ଧୁକ ଦେଖି ଅମ୍ବିକା ଘରୁ ପଳାଇଯିବାକୁ ଉଦ୍ୟମ କରିଥିଲେ। ମାତ୍ର ପଛରୁ ଗୁଳି ବାଜିବାରୁ ସେ ଟଳି ପଡ଼ିଥିଲେ। ଖବର ପାଇ ରେଢ଼ାଖୋଲ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଅମ୍ବିକାଙ୍କ ଶବ ଘର ଅଗଣାରେ ପଡ଼ିରହିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କଲାପରେ ଶବ ଉଠାଯିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ସହ ଘଟଣା ସମ୍ପର୍କରେ ଅଧିକ ସୂଚନା ଦିଆଯିବ ବୋଲି ଥାନା ଅଧିକାରୀ ସନୟ ନାୟକ କହିଛନ୍ତି। ପୁଲିସ ଅଭିଯୁକ୍ତ ସ୍ବାମୀ ଚରଣକୁ ମାତାଲ ଅବସ୍ଥାରେ ଗିରଫ କରିଛି। ଦମ୍ପତିଙ୍କ ଅଷ୍ଟମ ଓ ଦମଶ ଶ୍ରେଣୀରେ ପଢ଼ୁଥିବା ଦୁଇ ପୁଅ ଅଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button