ରାଜ୍ୟ
Vigilance: ଅବସର ପରେ ବି ପିଛା ଛାଡ଼ୁନି ଭିଜିଲାନ୍ସ: କନିଷ୍ଠ ଯନ୍ତ୍ରୀଙ୍କ ନାମରେ ୩ ମାମଲା, ରିପୋର୍ଟ ତଲବ
ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଗଣେଶ ପ୍ରସାଦ ସ୍ୱାଇଁଙ୍କ ନାମରେ ଥିବା ୩ଟି ବିଚାରାଧୀନ ଭିଜିଲାନ୍ସ ମାମଲାର ସ୍ଥିତି ମାଗିଛି ଓଡ଼ିଶା ଜଳସମ୍ପଦ ବିଭାଗ। ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଛି।

ଭଦ୍ରକ: ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ (ସିଭିଲ୍) ଗଣେଶ ପ୍ରସାଦ ସ୍ୱାଇଁଙ୍କ ନାମରେ ଥିବା ୩ଟି ବିଚାରାଧୀନ ଭିଜିଲାନ୍ସ ମାମଲାର ସ୍ଥିତି ମାଗିଛି ଓଡ଼ିଶା ଜଳସମ୍ପଦ ବିଭାଗ। ଏନେଇ ବିଭାଗ ପକ୍ଷରୁ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଛି।
ବିଭାଗୀୟ ମୁଖ୍ୟ ଯନ୍ତ୍ରୀ (ଏଚ୍ଆର୍ଡି) ଇଞ୍ଜିନିୟର ମାନସ ରଞ୍ଜନ ଦାଶ ପତ୍ର ସଂଖ୍ୟା ପି ଇ ଏନ୍ / ସେଲ୍/ ଜେ ଇଇ (C)-05/2024/27803 ମାଧ୍ୟମରେ ୧ ସେପ୍ଟେମ୍ବର ୨୦୨୬ରେ ଉଭୟ ଜିଲ୍ଲାପାଳଙ୍କୁ ଏହି ରିପୋର୍ଟ ମାଗିଛନ୍ତି। ସାଧାରଣ ପ୍ରଶାସନ (ଭିଜିଲାନ୍ସ) ବିଭାଗର ୨୪ ଜୁଲାଇ ୨୦୨୬ର ପତ୍ରକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏହି ତଥ୍ୟ ତଲବ କରାଯାଇଥିବା ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ




