ରାଜ୍ୟ
Boars Rescued: ପରିତ୍ୟକ୍ତ କୂଅରୁ ଦୁଇ ବାରହା ସୁରକ୍ଷିତ ଉଦ୍ଧାର
ବିନିକା ରେଞ୍ଜ ଅଧୀନ ଚରଦା ଗ୍ରାମରେ ପରିତ୍ୟକ୍ତ କୂଅରେ ପଡ଼ିଥିବା ଦୁଇଟି ବଣୁଆ ବାରହାକୁ ବନ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଛି।

ବିନିକା: ଆଜି ସକାଳ ବିନିକା ରେଞ୍ଜ ଅଧୀନସ୍ଥ ଚରଦା ଗ୍ରାମର ଚାପ ଠେଲାଙ୍କ ପରିତ୍ୟକ୍ତକୂଅରେ ଦୁଇଟି ବଣୁଆ ବାରହା ପଡ଼ିଯାଇଥିଲେ। ଦୁହେଁ ରାତିରେ ଖାଦ୍ୟ ଅନ୍ବେଷଣରେ ଆସି ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲେ । ବିନିକା ବନପାଳ ବନମାଳୀ ପାଣ୍ଡେ ଖବର ପାଇ ସଦଳ ବଳେ ଘଟଣା ସ୍ଥଳକୁ ପହଞ୍ଚି ବାରହା ଦ୍ଵୟକୁ ନିରାପଦରେ ଉଦ୍ଧାର କରି ନିକଟସ୍ଥ ବିନିକା ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ବନପାଳ ପ୍ରକାଶ କରିଛନ୍ତି।
ଗ୍ରାମବାସୀ ସାମିଲ୍ ଥିଲେ
ଏଥିରେ ବନରକ୍ଷୀ ସୁରେଶ ପାଣ୍ଡେ, ଫରେଷ୍ଟ ସ୍କାଡ୍ ବେଲାଲ୍ ସେନ୍,ଦୂର୍ବାଦଳ, ସମ୍ପଦ, ଆଲୋକ,କବି, ସୁଜିତ ଏବଂ ଗ୍ରାମବାସୀ ସାମିଲ୍ ଥିଲେ।
ସୌଜନ୍ୟ ସମ୍ବାଦ




