ରାଜ୍ୟ

Vigilance: ଅବସର ପରେ ବି ପିଛା ଛାଡ଼ୁନି ଭିଜିଲାନ୍ସ: କନିଷ୍ଠ ଯନ୍ତ୍ରୀଙ୍କ ନାମରେ ୩ ମାମଲା, ରିପୋର୍ଟ ତଲବ

ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଗଣେଶ ପ୍ରସାଦ ସ୍ୱାଇଁଙ୍କ ନାମରେ ଥିବା ୩ଟି ବିଚାରାଧୀନ ଭିଜିଲାନ୍ସ ମାମଲାର ସ୍ଥିତି ମାଗିଛି ଓଡ଼ିଶା ଜଳସମ୍ପଦ ବିଭାଗ। ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଛି।

ଭଦ୍ରକ:  ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ (ସିଭିଲ୍‌) ଗଣେଶ ପ୍ରସାଦ ସ୍ୱାଇଁଙ୍କ ନାମରେ ଥିବା ୩ଟି ବିଚାରାଧୀନ ଭିଜିଲାନ୍ସ ମାମଲାର ସ୍ଥିତି ମାଗିଛି ଓଡ଼ିଶା ଜଳସମ୍ପଦ ବିଭାଗ। ଏନେଇ ବିଭାଗ ପକ୍ଷରୁ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଛି।
ବିଭାଗୀୟ ମୁଖ୍ୟ ଯନ୍ତ୍ରୀ (ଏଚ୍‌ଆର୍‌ଡି) ଇଞ୍ଜିନିୟର ମାନସ ରଞ୍ଜନ ଦାଶ ପତ୍ର ସଂଖ୍ୟା ପି ଇ ଏନ୍ / ସେଲ୍/ ଜେ ଇଇ (C)-05/2024/27803 ମାଧ୍ୟମରେ ୧ ସେପ୍ଟେମ୍ବର ୨୦୨୬ରେ ଉଭୟ ଜିଲ୍ଲାପାଳଙ୍କୁ ଏହି ରିପୋର୍ଟ ମାଗିଛନ୍ତି। ସାଧାରଣ ପ୍ରଶାସନ (ଭିଜିଲାନ୍ସ) ବିଭାଗର ୨୪ ଜୁଲାଇ ୨୦୨୬ର ପତ୍ରକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏହି ତଥ୍ୟ ତଲବ କରାଯାଇଥିବା ଜଣାପଡ଼ିଛି।

୨୦୦୩ରେ ଚାକିରିରୁ ଅବସର ନେଇଛନ୍ତି

ପ୍ରାପ୍ତ ତଥ୍ୟ ଅନୁଯାୟୀ, ଶ୍ରୀ ସ୍ୱାଇଁ ୩୧ ଜାନୁଆରୀ ୨୦୦୩ରେ ଚାକିରିରୁ ଅବସର ନେଇଛନ୍ତି। ତାଙ୍କ ନାମରେ ଥିବା ଉକ୍ତ ମାମଲାଗୁଡ଼ିକର ବର୍ତ୍ତମାନ ସ୍ଥିତି କ’ଣ ଏବଂ କୌଣସି ନୂଆ ଅଦ୍ୟତନ ହୋଇଛି କି ନାହିଁ, ସେ ସମ୍ପର୍କରେ ତୁରନ୍ତ ଜଣାଇବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଛି।
ଚିଠିର ନକଲ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ସଚିବଙ୍କ ସମେତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପରିଷଦ, ଭଦ୍ରକ, ବନ୍ତ ଓ ଧାମନଗର ପଞ୍ଚାୟତ ସମିତିର ବିଡିଓ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପଠାଯାଇଛି।
ଏହି ରିପୋର୍ଟ ତଲବ ଘଟଣା ପରେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ବିରୋଧରେ ଥିବା ଭିଜିଲାନ୍ସ ମାମଲାଗୁଡ଼ିକର ବର୍ତ୍ତମାନ ସ୍ଥିତି ନେଇ ପୁଣିଥରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button