କୋଟିପତି ଶଶୁରଙ୍କୁ ଚାକର ହାତରେ ମାରିଲା ବୋହୂ

କାନପୁର : ଉତ୍ତର ପ୍ରଦେଶ କାନପୁର ଅନ୍ତର୍ଗତ କଲ୍ୟାଣପୁରର ରତନ ଅର୍ବିଟ ଆପର୍ଟମେଣ୍ଟରେ କୋଟିପତି ଔଷଧ ବ୍ୟବସାୟୀ ଭିନୀତ ମିନୋଚଙ୍କୁ ୨୬ ଥର ଛୁରି ଭୁସି ହତ୍ୟା କରାଯାଇଛି। ଶନିବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହି ମାମଲାରେ ଚାକର ଓ ବ୍ୟବସାୟୀଙ୍କ ବୋହୂ ଶାଲୁ(୩୬)ଙ୍କୁ ପୁଲିସ ଗିରଫ କରିଛି। ସେ ଚାକର ବିଶାଲକୁ ୬ ଲକ୍ଷ ଟଙ୍କାରେ ସୁପାରୀ ଦେଇଥିଲେ। ଫୋନ କରି ପଥ ପ୍ରଦର୍ଶନ କରୁଥିଲେ। କେହି ସନ୍ଦେହ ନ କରିବା ପାଇଁ ମୃତଦେହ ପାଖରେ ବସି ଜୋରସୋରରେ ମଧ୍ୟ କାନ୍ଦି ଥିଲେ। ଏପରିକି ହତ୍ୟାକାରୀକୁ ନିଜ ଶୟନ କକ୍ଷରେ ଲୁଚାଇ ରଖିଥିଲେ। ଆଉ ପ୍ରଥମେ ପୁଲିସକୁ ଭୁଆଁ ବୁଲାଇ ଥିଲେ। ଏହି ମାମଲାରେ ପୁଲିସ ଚାକରକୁ ପଚରାଉଚୁରା କରିବା ପରେ ପ୍ରକୃତ ଘଟଣା ସାମନାକୁ ଆସିିଥିଲା। ଏବେ ବୋହୂ ଶାଲୁଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ମିନୋଚ ବୋହୂ ଉପରେ ବିଭିନ୍ନ କଟକଣା ଲଗାଇଥିଲେ। ରାତିରେ ବୁଲିବାକୁ ଓ ପାର୍ଟିରେ ସାମିଲ ହେବାକୁ ଚାହୁଁଥିବା ବୋହୂକୁ ଆବଦ୍ଧ କରି ରଖିଥିଲେ। ସିସିିଟିଭି ଲଗାଇ ନଜର ରଖୁଥିଲେ। ଯେତିକି ଆବଶ୍ୟକ ସେତିକି ଟଙ୍କା ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ସେ ହତ୍ୟା ଯୋଜନା କରିଥିଲେ।
ଶାଲୁ କହିିଛନ୍ତି ଯେ କୋଟିପତି ପରିବାରର ବୋହୂ ହେବା ସତ୍ତ୍ବେ ମୋ ଓ ସ୍ବାମୀଙ୍କ ଖର୍ଚ୍ଚରେ ଶଶୁରଙ୍କ ନିୟନ୍ତ୍ରଣ ଥିଲା। ଛୋଟମୋଟ ଖର୍ଚ୍ଚ ପାଇଁ ଶଶୁରଙ୍କୁ ଟଙ୍କା ମାଗିବାକୁ ପଡୁଥିଲା। ସବୁ କିିଛିର ହିସାବ ମଧ୍ୟ ଦେବାକୁ ହେଉଥିଲା। ତେଣୁ ଏପରି ନିଷ୍ପତ୍ତି ନେଇଥିଲି। ସେ ପଟେ ଏହି ମାମଲାରେ ପୁଅ ସୁବ୍ରତର କୌଣସି ହାତ ନ ଥିବା ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ




