ରାଜ୍ୟ

Big Rain Alert: ବଙ୍ଗୋପସାଗରରେ ଆସୁଛି ଦୁଇଟି ଲଘୁଚାପ, ଆସନ୍ତା ୪୮ ଘଣ୍ଟାରେ ଘୂର୍ଣ୍ଣିବଳୟ, ୨୦ ତାରିଖ ଯାଏ ଢ଼ାଳିବ

ଭୁବନେଶ୍ୱର, ୦୮/୦୯ : ବଙ୍ଗୋପସାଗରରେ ଆଗକୁ ଆହୁରି ଦୁଇଟି ଲଘୁଚାପ ଆସୁଛି। ଆସନ୍ତା ୯ ବା ୧୦ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୧୦ ଓ ୧୧ ତାରିଖ ବେଳକୁ ଏହା ଲଘୁଚାପ ହେବ। ଏହା ପ୍ରଭାବରେ ୯ ତାରିଖରୁ ଉତ୍ତର ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ଭଲ ବର୍ଷା ହେବ । ୧୭ରୁ ୨୦ ତାରିଖ ଭିତରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ହୋଇପାରେ। ଏହା ପ୍ରଭାବରେ ପୁଣି ବର୍ଷା ବଢ଼ିବ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି।

ସେ କହିଛନ୍ତି, ୧୧ ତାରିଖ ସୁଦ୍ଧା ପ୍ରଥମ ଲଘୁଚାପ ହେବ। ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଏବଂ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଏହା ସୃଷ୍ଟି ହେବାର ସମ୍ଭାବନା ଅଧିକ। ଏହା ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ରୂପ ନେଇପାରେ। କିନ୍ତୁ ଅବପାତ ହେବାର ସମ୍ଭାବନା କମ୍। ଏହା ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଛତିଶଗଡ଼ ଓ କେନ୍ଦ୍ରୀୟ ଭାରତ ଆଡ଼କୁ ଗତି କରିପାରେ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button