ରାଜ୍ୟ

ଉଦ୍‌ଘାଟନର ୭ ଦିନରେ ଚାଉଳ ଏଟିଏମ୍‌ ଫେଲ୍‌, ୪ ଦିନ ହେଲା ଖାଲି ହାତରେ ଫେରୁଛନ୍ତି ହିତାଧିକାରୀ

ଢେଙ୍କାନାଳ ୦୯/୦୯: ରାସନ୍ କାର୍ଡ ହିତାଧିକାରୀ ଆଉ ଡିଲର୍ଙ୍କୁ ଅପେକ୍ଷା କରିବେ ନାହିଁ । ଯାହାର ଯେତେବେଳେ ଚାଉଳ ଆବଶ୍ୟକ ହେବ, ସେତେବେଳେ ଚାଉଳ ପାଇପାରିବେ । ୨୪ ଘଣ୍ଟା ଚାଉଳ ଏଟିଏମ୍ ଖୋଲା ରହିବ । ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଅନ୍ନପୂର୍ତ୍ତି ଶସ୍ୟ ତଥା ଚାଉଳ ଏଟିଏମ୍ ପ୍ରତିଷ୍ଠା କରାଯାଇଛି । ଭୁବନେଶ୍ୱର ଓ ଝାରସୁଗୁଡ଼ା ପରେ ଗତ ୩୧ ତାରିଖରେ ଖୋଦ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନିଜ ଜିଲ୍ଲା ଢେଙ୍କାନାଳରେ ତୃତୀୟ ଚାଉଳ ଏଟିଏମ୍ ଖୋଲିଥିଲା । ମନ୍ତ୍ରୀ ଶ୍ରୀ ପାତ୍ର ଏହାର ଉଦ୍‌ଘାଟନ କରିଥିଲେ । ହେଲେ ମାତ୍ର ୭ ଦିନ ଚାଲିନି ଅଚଳ ହୋଇ ପଡିଛି । ୪ ଦିନ ହେଲା ହିତାଧିକାରୀ ନିରାଶ ହୋଇ ଫେରୁଛନ୍ତି । ଆରମ୍ଭରୁ ଏଭଳି ଅଚଳାବସ୍ଥା ସ୍ଥାୟିତ୍ୱ ପ୍ରତି ସନ୍ଦେହ ସୃଷ୍ଟି କରିଛି । ଗତ ୪ ଦିନ ହେଲା ଏକପ୍ରକାର ଅଚଳ ହୋଇପଡିଛି ।

ସୋମବାର ମେସିନ୍ ସଜଡ଼ା ଚାଲିଛି, ଚାଉଳ ମିଳିବ ବୋଲି କୁହାଯାଇଥିଲା । ଚାଉଳ ନେବାକୁ ଆସିଥିବା ୧୪ ଜଣଙ୍କ କାର୍ଡ ଦାୟିତ୍ୱରେ ଥିବା କର୍ମଚାରୀ ରଖିଥିଲେ । ମାତ୍ର ସନ୍ଧ୍ୟା ସୁଦ୍ଧା ମରାମତି ହୋଇ ନ ପାରିବାରୁ ସେମାନେ ଚାଉଳ ପାଇପାରିନଥିଲେ । ମଙ୍ଗଳବାର ପୁଣି ଉକ୍ତ ୧୪ ଜଣଙ୍କ ସହ ଅନ୍ୟ ହିତାଧିକାରୀ ସକାଳୁ ଆସି ବସି ରହିଥିଲେ । ତିନି ଚାରି ଦିନ ହେଲା ଏମିତି ନିରାଶ ହୋଇ ଫେରିବାକୁ ପଡ଼ୁଥିବା ଉପଭୋକ୍ତା ଅଭିଯୋଗ କରି କହିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button