ରାଜ୍ୟ

Accident: ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିଲା ବଲେରୋ, ୫ ଗୁରୁତର

ନବରଙ୍ଗପୁର ମୈଦଲପୁର ଥାନା ଖଡକା ଜଙ୍ଗଲ ନିକଟରେ ବଲେରୋ ୨୦ ଫୁଟ୍‌ ତଳକୁ ଖସି ୫ ଜଣ ଗୁରୁତର। ପାପଡାହାଣ୍ଡି ମେଡିକାଲରେ ଚିକିତ୍ସା ଜାରି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୈଦଲପୁର: ନବରଙ୍ଗପୁରଜିଲ୍ଲା ମୈଦଲପୁର ଥାନା ଖଡକା ଜଙ୍ଗଲ ନିକଟରେ ଏକ ବଲେରୋ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରୁ ୨୦ ଫୁଟ ତଳକୁ ଖସି ୫ ଜଣ ଗୁରୁତର ହୋଇଛନ୍ତି। ୩ ଜଣ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି। ଗୁରୁତର ସମସ୍ତଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ମୈଦଲପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଡ୍ରାଇଭର ସହ ୮ ଜଣ ଟାୱାର ତିଆରି କରିବାକୁ ଯାଉଥିଲେ

ସୂଚନା ପ୍ରକାରେ ଆଜି ସକାଳ ୮ ଘଣ୍ଟା ସମୟରେ ନବରଙ୍ଗପୁର ଠାରୁ କଳାହାଣ୍ଡି ଜିଲ୍ଲା କୋକସରା ଏକ ବଲେରୋ ଯୋଗେ ଡ୍ରାଇଭର ସହ ୮ ଜଣ ଟାୱାର ତିଆରି କରିବାକୁ ଯାଉଥିଲେ। ଖଡକା ଜଙ୍ଗଲ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ୨୦ ଫୁଟ ତଳକୁ ଖସି ଯାଇଥିଲା। ଫଳରେ ୮ ଜଣଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ମେଡିକାଲ ନିଆଯାଇଥିଲା। ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ରହିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button