ରାଜ୍ୟ

ଗସ୍‌ମାରେ ମାଓ ଆକ୍ରମଣର ଛାପ, ନୟାଗଡ଼ ସହରକୁ ଘେରିଥିଲେ ୫୦୦ରୁ ଅଧିକ ସଶସ୍ତ୍ର ମାଓବାଦୀ, ସହିଦ ହୋଇଥିଲେ ୧୫ ପୁଲିସ

ନୟାଗଡ଼, ୧୫/୯ : ଅଠର ବର୍ଷ ତଳେ ମାଓବାଦୀମାନେ ନୟାଗଡ଼ ସହରରେ ଆତଙ୍କ ସୃଷ୍ଟି କରିଥିଲେ । ଆକ୍ରମଣ ଓ ଅସ୍ତ୍ରାଗାର ଲୁଟ୍‌ କରି ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଏବଂ ଭୟାନକ ଘଟଣା ଘଟାଇଥିଲେ । ଏହି ଆକ୍ରମଣ ଯୋଜନାବଦ୍ଧ ଏବଂ ଅତ୍ୟନ୍ତ ସଂଗଠିତ ଢଙ୍ଗରେ କରାଯାଇଥିଲା । ଦିନ ବିତି ଯାଇଛି । ହେଲେ ଗସ୍‌ମା ଜଙ୍ଗଲରେ ସେଦିନର ଆଜି ବି ଛାପ ରହିଛି । ଭାଙ୍ଗିରୁଜି ପଡ଼ିରହିଛି ମାଓବାଦୀ ଛାଡ଼ିଯାଇଥିବା ଗାଡ଼ି । ଯାହାକୁ ଦେଖିଲେ ସେଦିନର ଲୋମଟାଙ୍କୁରା କଥା ମନେ ପଡ଼ିଯାଉଛି ।

୨୦୦୮ ଫେବ୍ରୁଆରୀ ୧୫ ତାରିଖ । ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ (ଯେଉଁଥିରେ ବହୁ ସଂଖ୍ୟାରେ ମହିଳା କ୍ୟାଡର ଥିଲେ) ନୟାଗଡ଼ ସହରକୁ ଚାରିପଟୁ ଘେରି ଯାଇଥିଲେ । ସେହି ସମୟରେ ସହର ମଧ୍ୟରେ ବାହାଘରର ପଟୁଆର ଯାଉଥିଲା । ଏହାର ସୁଯୋଗରେ ସେମାନେ ନୟାଗଡ଼ ଥାନା, ପିଟିଏସ୍‌ ଓ ରିଜର୍ଭ ଅଫିସ୍‌କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ । ନୟାଗଡ଼ ଅସ୍ତ୍ରାଗାର ଭିତରୁ ସେମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଲୁଟି ନେଇ ଦଶପଲ୍ଲା ଅଭିମୁଖେ ଚାଲି ଯାଇଥିଲେ । ଫେରିଲାବେଳେ ରାସ୍ତାରେ ପଡୁଥିବା ମହୀପୁର ଫାଣ୍ଡି, ନୂଆଗାଁ ଥାନା ଉପରେ ମଧ୍ୟ ଚଢ଼ଉ କରିଥିଲେ । ଦଶପଲ୍ଲାରେ ପହଞ୍ଚିବା ପରେ ଦଶପଲ୍ଲା ଥାନାକୁ ଆକ୍ରମଣ କରି ପୂର୍ବ ଯୋଜନା ଅନୁଯାୟୀ କଳସାଖମଣା ରାସ୍ତା ଦେଇ ଗସ୍‌ମା ଜଙ୍ଗଲକୁ ଚାଲି ଯାଇଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button