News Iphone 18 Pro: ଦାମ ୩ ଲକ୍ଷ ପାର୍, ତଥାପି କମୁନି ପାଗଳାମି!
ରାତିରୁ ଲାଗିଲା ଲମ୍ବା ଲାଇନ୍... ସକାଳ ହେଉ ହେଉ ବଢ଼ିଗଲା ଭିଡ଼! ଦିଲ୍ଲୀରୁ ମୁମ୍ବାଇ, ବେଙ୍ଗାଲୁରୁରୁ ହାଇଦ୍ରାବାଦ । ସବୁଠି ଗୋଟିଏ ଫୋନ୍କୁ ନେଇ ଗଜବ କ୍ରେଜ୍। ଫୋନ୍ଟି ହେଉଛି ଆପଲ୍ର ନୂଆ iPhone 18 Pro ଓ 18 Pro Max। ଲକ୍ଷାଧିକ ଟଙ୍କାର ଏହି ଫୋନ୍ କିଣିବାକୁ କାହିଁକି ରାତିସାରା ଲାଇନ୍ରେ ଲୋକେ? କେତେ ରହିଛି ଏହାର ଦାମ? ଆଉ ପ୍ରଥମ ସେଲ୍ରେ କ’ଣ ମିଳୁଛି ଅଫର? ଆସନ୍ତୁ ଜାଣିବା ପୂରା ଖବର।

ନୂଆଦିଲ୍ଲୀ: ରାତିରୁ ଲାଗିଲା ଲମ୍ବା ଲାଇନ୍… ସକାଳ ହେଉ ହେଉ ବଢ଼ିଗଲା ଭିଡ଼! ଦିଲ୍ଲୀରୁ ମୁମ୍ବାଇ, ବେଙ୍ଗାଲୁରୁରୁ ହାଇଦ୍ରାବାଦ । ସବୁଠି ଗୋଟିଏ ଫୋନ୍କୁ ନେଇ ଗଜବ କ୍ରେଜ୍। ଫୋନ୍ଟି ହେଉଛି ଆପଲ୍ର ନୂଆ iPhone 18 Pro ଓ 18 Pro Max। ଲକ୍ଷାଧିକ ଟଙ୍କାର ଏହି ଫୋନ୍ କିଣିବାକୁ କାହିଁକି ରାତିସାରା ଲାଇନ୍ରେ ଲୋକେ? କେତେ ରହିଛି ଏହାର ଦାମ? ଆଉ ପ୍ରଥମ ସେଲ୍ରେ କ’ଣ ମିଳୁଛି ଅଫର? ଆସନ୍ତୁ ଜାଣିବା ପୂରା ଖବର। ଆପଲ୍ର ନୂଆ ଆଇଫୋନ୍କୁ ନେଇ ଭାରତରେ ଦେଖିବାକୁ ମିଳିଛି ଜବରଦସ୍ତ କ୍ରେଜ୍। iPhone 18 Pro ଓ iPhone 18 Pro Maxର ପ୍ରଥମ ସେଲ୍କୁ ନେଇ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ସମେତ ଅନେକ ସହରର Apple Store ବାହାରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି। କିଏ ରାତିରୁ ଆସି ଅପେକ୍ଷା କରିଛନ୍ତି, ଆଉ କିଏ ପ୍ରି-ବୁକିଂ କରି ନିଜ ଟାଇମ୍ ସ୍ଲଟ୍ ଅନୁସାରେ ଷ୍ଟୋରରେ ପହଞ୍ଚିଛନ୍ତି।
ନୋଏଡାର DLF ମଲ୍ସ୍ଥିତ Apple Storeରେ ମଧ୍ୟ ସେଲ୍ ଆରମ୍ଭ ହେବା ସହ ନୂଆ ଆଇଫୋନ୍ କିଣିବାକୁ ବହୁ ସଂଖ୍ୟାରେ ଗ୍ରାହକ ପହଞ୍ଚିଛନ୍ତି। ଦିଲ୍ଲୀର ସାକେତସ୍ଥିତ Select Citywalk ମଲ୍ ବାହାରେ ତ ରାତିରୁ ଲାଇନ୍ ଲାଗିଥିଲା। ସକାଳ ହେବା ବେଳକୁ ଭିଡ଼ ଆହୁରି ବଢ଼ିଥିଲା। ଲାଇନ୍ରେ ଥିବା ଅଜୟ ନାମକ ଜଣେ ଗ୍ରାହକ କହିଛନ୍ତି, ସେ iPhone 18 Pro Maxର 1TB ଭାରିଆଣ୍ଟ ନେବାକୁ ଆସିଛନ୍ତି। ଆଗରୁ ପ୍ରି-ବୁକିଂ କରିସାରିଥିବାରୁ ଏବେ କେବଳ ନିଜ ନମ୍ବର ଆସିବାକୁ ଅପେକ୍ଷା। ସେ ବର୍ତ୍ତମାନ iPhone 17 Pro ବ୍ୟବହାର କରୁଥିବା ବେଳେ ନୂଆ ମଡେଲ୍କୁ ନେଇ ବେଶ୍ ଉତ୍ସାହିତ ଥିବା କହିଛନ୍ତି। ଏବେ ଆସନ୍ତୁ ଜାଣିବା ଦାମ ବିଷୟରେ।
ସୌଜନ୍ୟ ସମ୍ବାଦ




