ରାଜ୍ୟ

ବାତ୍ୟା ପ୍ରବଣ ଓଡ଼ିଶାରେ ରାଡାର ଅଚଳ, ଆଗୁଆ ସୂଚନା ନେଇ ବଢ଼ିଲା ଆଶଙ୍କା, କେମିତି କରାଯିବ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ?

ଭୁବନେଶ୍ୱର,୧୯/୦୯: ଲଘୁଚାପ ଆସୁଛି । ଓଡ଼ିଶାରେ ବଡ଼ ବର୍ଷା ଆଶଙ୍କା ବଢ଼ିଛି । ଅନ୍ୟପଟେ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେଉଛି ବାତ୍ୟା ଋତୁ । ହେଲେ ପାଣିପାଗର ନିର୍ଭୁଲ ଓ ନିର୍ଦ୍ଦିଷ୍ଟ ସୂଚନା ମିଳିବାରେ ଦେଖା ଦେଇଛି ସମସ୍ୟା । ଓଡ଼ିଶାରେ ଥିବା ଡପଲର ରାଡାରଗୁଡ଼ିକ ଠିକ୍ ଭାବେ କାମ କରୁନାହିଁ ।

ବିଡ଼ମ୍ବନା-ଗୋପାଳପୁର ରାଡାରଟି ପ୍ରାୟ ଦେଢ଼ ବର୍ଷ ହେବ ଅଚଳ । ମଝିରେ ମରାମତି ପରେ ସାମୟିକ ଭାବେ ଏହା ଚାଲିଥିଲା । କିନ୍ତୁ, ଏବେ ପୁଣି ଅଚଳ ପଡ଼ିଛି । ପାଣିପାଗ ବିଭାଗର ରାଡାର ସର୍ଚ୍ଚ କଲେ ଗୋପାଳପୁର କେନ୍ଦ୍ରଟି ଅଣ୍ଡର ମେଣ୍ଟେନାନ୍ସ ଥିବା ଦେଖାଉଛି ।

ଏବେ ଲୋକାର୍ପିତ ହୋଇଥିବା ସମ୍ବଲପୁରସ୍ଥିତ ନୂଆ ଡପଲର ରାଡାରରେ ବି ସମସ୍ୟା ଦେଖା ଦେଇଛି । ତାହା ମଧ୍ୟ ଠିକ୍ ଭାବେ କାମ କରୁନଥିବା ଅଭିଯୋଗ ହୋଇଛି । ୧୭ ତାରିଖ ସନ୍ଧ୍ୟା ୬ଟା ୫୦ ମିନିଟ ପରଠାରୁ ଏଥିରୁ କୌଣସି ସୂଚନା ଜାରି ହୋଇନି । ଏମିତିରେ କେବଳ ପାରାଦୀପରେ ଥିବା ରାଡାର ହିଁ କାର୍ଯ୍ୟକ୍ଷମ ଅଛି । ହେଲେ ସେଥିରେ ବି ବାରମ୍ବାର ସମସ୍ୟା ଉପୁଜିଥିବା ଅଭିଯୋଗ ହେଉଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଗୋପାଳପୁର ଡପଲର ରାଡାର ପୁରୁଣା ହୋଇଗଲାଣି । ମଝିରେ ମଝିରେ ଏଥିରେ ସମସ୍ୟା ଆସୁଛି । ବାରମ୍ବାର ମରାମତି ସତ୍ତେ୍ୱ ଏହା ଖରାପ ହୋଇଯାଉଛି । ସମ୍ବଲପୁର ଡପଲର ରାଡାର ନୂଆ କରି ଆରମ୍ଭ ହୋଇଥିବାରୁ ମଝିରେ କିଛି ସମସ୍ୟା ଆସୁଛି, ତାହାକୁ ସାମୟିକ ବନ୍ଦ କରାଯାଉଛି । ଏହା ସ୍ୱାଭାବିକ ପ୍ରକ୍ରିୟା । ତେବେ ପାରାଦୀପ ରାଡାର ଠିକ୍ ଭାବେ କାମ କରୁଥିବା ସେ କହିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button