ରାଜ୍ୟ

Jaundice cases : ରାୟଗଡ଼ା ରବାଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ, ୨୦ରୁ ଅଧିକ ଛାତ୍ରୀ ଆକ୍ରାନ୍ତ

ରାୟଗଡ଼ା.୧୯\୯ : ରାୟଗଡ଼ା ରବାଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ । ୨୦ରୁ ଅଧିକ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଜଣେ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏହି ଘଟଣା ପରେ ୬୦ରୁ ଅଧିକ ଛାତ୍ରୀ ମାନେ ଭୟରେ ହଷ୍ଟେଲ ଛାଡିଛନ୍ତି । ୫ଦିନ ତଳେ କିଛି ଛାତ୍ରୀଙ୍କୁ ସାମାନ୍ୟ ଜ୍ବର ହେବା ସହ ଆଖି ହଳଦିଆ ପଡ଼ିଯାଇଥିଲା । ପରେ ANMଙ୍କ ପ୍ରାଥମିକ ଚିକିତ୍ସା ପରେ ଆକ୍ରାନ୍ତ ମାନେ ସାମାନ୍ୟ ସୁସ୍ଥ ହୋଇଥିଲେ ହେଁ ଜଣ୍ଡିସ୍ ଲକ୍ଷଣ କମି ନଥିଲା । ଫଳରେ ଅଭିଭାବକ ମାନେ ଭୟଭୀତ ହୋଇ ପିଲା ମାନଙ୍କୁ ଘରକୁ ନେଇଯାଉଥିବା ଦେଖିବାକୁ ମିଳିଛି । ୨୦୦ରୁ ଅଧିକ ଛାତ୍ରୀ ହଷ୍ଟେଲରେ ରହି ପାଠପଢୁଥିବା ବେଳେ ତୁରନ୍ତ ସ୍ବାସ୍ଥ୍ୟ ସେବା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ପିଲାମାନେ କିପରି ଜଲଦି ସୁସ୍ଥ ହୋଇ ଫେରିବେ ସେଥିପ୍ରତି ବିଦ୍ୟାଳୟ କର୍ତ୍ତୁପକ୍ଷ ନଜର ରଖିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button