ରାଜ୍ୟ

Cyclone Fear: ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ଓଡ଼ିଶାକୁ ବଢ଼ିଲା ବାତ୍ୟା ଭୟ: ସନ୍ଧ୍ୟା ସୁଦ୍ଧା ନେଇପାରେ ଲଘୁଚାପ ରୂପ, ୨୨ରୁ ବର୍ଷା

ଭୁବନେଶ୍ୱର ୧୯/୦୯: ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ। ଆଣ୍ତାମାନ ସାଗରରେ ବଳ ଗୋଟାଇ ଆହୁରି ଶକ୍ତିଶଳୀ ହେବାରେ ଲାଗିଛି। ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ଆସିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ । ୨୧ ସେପ୍ଟେମ୍ବର ସୁଦ୍ଧା ଘନୀଭୂତ ହୋଇ ଏକ ‘ଡିପ୍ରେସନ୍’ (ଅବପାତ)ର ରୂପ ନେବ। ପରିସ୍ଥିତି ଏହାକୁ ଆହୁରି ବଳୁଆ କରି ‘ଡିପ୍ ଡିପ୍ରେସନ୍’ (ଗଭୀର ଅବପାତ) କିମ୍ବା ଏକ ସାମାନ୍ୟ ବାତ୍ୟାରେ ପରିଣତ କରିବା ପାଇଁ ଅନୁକୂଳ ରହିଛି। ସମୁଦ୍ରରେ ଅଧିକ ସମୟ ରହୁଥବାରୁ ଛୋଟ ବାତ୍ୟାର ରୂପ ନେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଭୁବନେଶ୍ଵର ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରକୁ ଆସିପାରେ। ଏହା ୧୯ ସନ୍ଧ୍ୟା ସୁଦ୍ଧା ସେଇ ଅଞ୍ଚଳରେ ଲଘୁଚାପ ରୂପ ନେଇପାରେ। ଏହା ଘନୀଭୂତ ହୋଇ ପରବର୍ତ୍ତୀ ୩-୪ ଦିନ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଦିଗରେ ମୁହାଁଇବ।ଏହା ପ୍ରଭାବରେ ୨୨ରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ୨୩ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଆଶଙ୍କା ରହିଛିI

କୃଷି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ୨୨ରୁ ବର୍ଷା ଆରମ୍ଭ ହେବ। ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାପାତ ସମ୍ଭାବନା ଅଛି। କିନ୍ତୁ,ବାତ୍ୟା ସମ୍ଭାବନାକୁ ଏବେ ବି ବାଦ୍ ଦିଆଯାଇପାରୁନି। ଗତିପଥ,ଉପକୂଳ ଅତିକ୍ରମ ସ୍ଥାନ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପାଣିପାଗ ବୈଜ୍ଞାନିକ ବିଶ୍ବଜିତ ସାହୁ ମଧ୍ଯ କହିଛନ୍ତି,ରାଜ୍ୟରେ ୨୨ରୁ ବର୍ଷା ଆରମ୍ଭ ହୋଇପାରେ । ୨୫ ଯାଏ ରାଜ୍ୟରେ ବର୍ଷା ପ୍ରକୋପ ଅଧିକ ରହିପାରେ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button