ଜାତୀୟ

କେରଳର ଇଡୁକ୍କିରେ ଅଚାନକ ଆସିଲା ବନ୍ୟା-ଭୂସ୍ଖଳନ: ୬ ମୃତ, ଅନେକ ନିଖୋଜ

କୋଚି,୨୧/୦୯: କେରଳର ଇଡୁକ୍କି ଜିଲ୍ଲା ଅନ୍ତର୍ଗତ କୋଟ୍ଟକାମ୍ବୁର ଅଞ୍ଚଳରେ ରବିବାର ଅଚାନକ ବନ୍ୟା ଏବଂ ଭୂସ୍ଖଳନ ଘଟି ଅନ୍ୟୂନ ୬ ଜଣଙ୍କ ମୃତ୍ୟୁ ଘଟିଛି । ଆହୁରି ଅନେକ ଲୋକ ଫସିରହିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପ୍ରଶାସନ ତରଫରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ଏଥିରେ ଲୋକମାନେ ସହଯୋଗ କରୁଛନ୍ତି । ଅଚାନକ ବନ୍ୟାରେ ଅନେକ ଲୋକ ନିଖୋଜ ହୋଇଯାଇଥିବା ଅନୁମାନ କରାଯାଉଛି ।

ଖବର ମୁତାବକ, ରବିବାର ସନ୍ଧ୍ୟା ପ୍ରାୟ ୫ଟାରେ କୋଟ୍ଟାପୁଝାରେ ଅଚାନକ ବନ୍ୟା ଆସିଥିଲା । ଏଥିରେ ଟିକେ କଲୋନିର ୭ ଜଣ ଭାସିଯାଇଥିଲେ । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ପର୍ଯ୍ୟଟକ ଥିଲେ । ଏହା ପୂର୍ବରୁ ମୁତ୍ତିକୁଣ୍ଡଠାରେ ନଦୀରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନଦୀ ଅବବାହିକା ଅଞ୍ଚଳରେ ଅନେକ ସଂଖ୍ୟକ ପର୍ଯ୍ୟଟକ ରହିଥିଲେ । ରବିବାର ଛୁଟି ଥିବାରୁ ପର୍ଯ୍ୟଟକମାନେ ସ୍ଥାନୀୟ କେଟ୍ଟୁଙ୍ଗଲ, ଆନାକୁଣ୍ଡୁ, ବଲୱାଦିପଡ଼ି ଏବଂ ଅନ୍ୟ ଅଞ୍ଚଳକୁ ବୁଲି ଆସିଥିଲେ । ହେଲେ ଅଚାନକ ପାଣିପାଗ ବଦଳି ଯାଇଥିଲା । ପର୍ଯ୍ୟଟକମାନେ ଫସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରାୟ ୨୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅନେକ ଭାସିଯାଇଥିଲେ । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button