Accident: କୁଚିଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍କୁ ଧକ୍କା ଦେଲା ବ୍ୟାଣ୍ଡପାର୍ଟି ଗାଡ଼ି, ଜଣେ ମୃତ, ୭ ଗୁରୁତର
ଆଜି ସକାଳ ପ୍ରାୟ ୬ଟା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି କେନ୍ଦୁଝରର କୁଆକାଟିରୁ ବରଗଡ଼ ଅଭିମୁଖେ ଯାଉଥିଲା। ହେଲେ କୁଚିଣ୍ଡା ବାଇପାସ୍ରେ ବ୍ୟାଣ୍ଡପାର୍ଟି ଗାଡ଼ି ଆଗରେ ଯାଉଥିବା ଏକ ଟ୍ରକ୍ ହଠାତ୍ ବ୍ରେକ୍ ମାରିଥିଲା । ଏହାଫଳରେ ପଛରେ ଆସୁଥିବା ବ୍ୟାଣ୍ଡପାର୍ଟି ଗାଡ଼ିଟି ଟ୍ରକ୍ ସହିତ ପଛରୁ ଧକ୍କା ଦେଲା।

କୁଚିଣ୍ଡା: ସମ୍ବଲପୁରଜିଲ୍ଲା କୁଚିଣ୍ଡାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୭ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୬ଟା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି କେନ୍ଦୁଝରର କୁଆକାଟିରୁ ବରଗଡ଼ ଅଭିମୁଖେ ଯାଉଥିଲା। ହେଲେ କୁଚିଣ୍ଡା ବାଇପାସ୍ରେ ବ୍ୟାଣ୍ଡପାର୍ଟି ଗାଡ଼ି ଆଗରେ ଯାଉଥିବା ଏକ ଟ୍ରକ୍ ହଠାତ୍ ବ୍ରେକ୍ ମାରିଥିଲା । ଏହାଫଳରେ ପଛରେ ଆସୁଥିବା ବ୍ୟାଣ୍ଡପାର୍ଟି ଗାଡ଼ିଟି ଟ୍ରକ୍ ସହିତ ପଛରୁଧକ୍କା ଦେଲା।
ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୭ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେଣେ ପୁଲିସ ମୃତକର ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି। ମୃତକଙ୍କର ପରିଚୟ ମିଳିଛି। ତାଙ୍କର ନାଆଁ ଅଭିସ୍ ସମିନ୍ ବୋଲି ଜଣାଯାଇଛି। ତାଙ୍କର ଘର ସୁବର୍ଣ୍ଣପୁର ଜିଲ୍ଲାରେ। ଉକ୍ତ ବ୍ୟାଣ୍ଡପାର୍ଟି ଟି ବି ସୁବର୍ଣ୍ଣପୁର ଜିଲ୍ଲାର ଓ ସେଥିରେ ୩୧ଜଣ ଲୋକ ଥିବା ବୋଲି ଜଣାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୌଜନ୍ୟ ସମ୍ବାଦ




