ରାଜ୍ୟ

Khandagiri-Udayagiri Light and Sound Show ଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ର ଶୁଭାରମ୍ଭ

ଭୁବନେଶ୍ୱରର ଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ଆରମ୍ଭ। ଓଡ଼ିଆ ଓ ଇଂରାଜୀରେ ଦୈନିକ ଦୁଇଟି ଶୋ’, ଅନଲାଇନ୍ ଟିକେଟ୍ ବୁକିଂ ସୁବିଧା।

ଭୁବନେଶ୍ୱର:  ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ ଐତିହାସିକ ଗୌରବକୁ ପର୍ଯ୍ୟଟକମାନଙ୍କ ନିକଟରେ  ଉପସ୍ଥାପନ କରିବା ପାଇଁ ଭୁବନେଶ୍ୱରର ଐତିହାସିକ ଖଣ୍ଡଗିରିଠାରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଲାଇଟ୍ ଆଣ୍ଡ ସାଉଣ୍ଡ ସୋ  ଆଜି (ରବିବାର) ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ITDC) ଦ୍ୱାରା ଏହି ଆକର୍ଷଣୀୟ ଶୋ’ ବିକଶିତ କରାଯାଇଛି। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଧୁନିକ ପ୍ରଯୁକ୍ତିବିଦ୍ୟା, ଆଲୋକ, ଶବ୍ଦ ଏବଂ କାହାଣୀ କଥନ ଶୈଳୀର ସମାହାରରେ ଐତିହାସିକ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାର ମାହାତ୍ମ୍ୟକୁ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇବା।

ଏହି ଶୋ’ ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଦୁଇଟି ପର୍ଯ୍ୟାୟରେ ପ୍ରଦର୍ଶିତ ହେବ। ପ୍ରତ୍ୟେକ ପ୍ରଦର୍ଶନୀର ଅବଧି ପ୍ରାୟ ୧୬ ମିନିଟ୍ ୭ ସେକେଣ୍ଡ ରହିଥିବା ବେଳେ ଏକାସାଙ୍ଗରେ ୧୨୦ ଜଣ ଦର୍ଶକ ବସି ଏହାକୁ ଉପଭୋଗ କରିବାର ବ୍ୟବସ୍ଥା ରହିଛି।

ଦୈନିକ ଦୁଇଟି ଶୋ’ର ସମୟସୂଚୀ:

ପ୍ରଥମ ଶୋ’: ସନ୍ଧ୍ୟା ୭:୦୦ ରୁ ୭:୩୫

ଦ୍ୱିତୀୟ ଶୋ’: ସନ୍ଧ୍ୟା ୭:୪୫ ରୁ ୮:୨୦

ପର୍ଯ୍ୟଟକମାନେ ଓଡ଼ିଶା ପର୍ଯ୍ୟଟନର ଅଫିସିଆଲ୍ ଟିକେଟିଂ ପୋର୍ଟାଲ୍ www.bookodisha.com ମାଧ୍ୟମରେ ସହଜରେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ।
ଖଣ୍ଡଗିରି-ଉଦୟଗିରି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ଓଡ଼ିଶାର ଐତିହ୍ୟ ପର୍ଯ୍ୟଟନ ଭିତ୍ତିଭୂମିରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଜନା। ରାଜ୍ୟର ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ ଗୌରବକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ି ଏହି ପ୍ରକଳ୍ପ ପର୍ଯ୍ୟଟକମାନଙ୍କୁ ଏକ ଅନନ୍ୟ ଅନୁଭୂତି ପ୍ରଦାନ କରିବା ସହ ଭୁବନେଶ୍ୱରର ଏହି ପ୍ରମୁଖ ଐତିହ୍ୟ ସ୍ଥଳର ଗୁରୁତ୍ୱକୁ ବୃଦ୍ଧି କରିବ।

ଏହି କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱରର ମାନ୍ୟବର ବିଧାୟକ ବାବୁ ସିଂହ, ପର୍ଯ୍ୟଟନ ବିଭାଗର କମିଶନର-ତଥା-ସଚିବ ବଲୱନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button