ରାଜ୍ୟ

Dead: ସିନେମା ହଲରେ ହୃଦଘାତରେ ଟଳି ପଡ଼ିଲେ ଯୁବକ

ସିନେମା ହଲରେ ହୃଦଘାତରେ ଟଳି ପଡିଲେ ଯୁବକI ମୃତକ ହେଲେ କାକର୍ଲା ରାଘବା I ସୂଚନାରୁ ଜଣାପଡିଛି ରାଘବା ଆଜି ରେଳବାଇ ଷ୍ଟେସନ ନିକଟସ୍ଥ ଏକ ସିନେମା ହଲରେ ଚଳଚ୍ଚିତ୍ର ଦେଖୁଥିଲେI ଫିଲ୍ମ ଦେଖୁଥିବା ସମୟରେ...

ରାୟଗଡ଼ା (ଶିବ ପ୍ରସାଦ ଦୋରା): ସିନେମା ହଲରେ ହୃଦଘାତରେ ଟଳି ପଡିଲେ ଯୁବକI ମୃତକ ହେଲେ କାକର୍ଲା ରାଘବା I ସୂଚନାରୁ ଜଣାପଡିଛି ରାଘବା ଆଜି ରେଳବାଇ ଷ୍ଟେସନ ନିକଟସ୍ଥ ଏକ ସିନେମା ହଲରେ ଚଳଚ୍ଚିତ୍ର ଦେଖୁଥିଲେI ଫିଲ୍ମ ଦେଖୁଥିବା ସମୟରେ ତାଙ୍କୁ ହୃଦଘାତ ହୋଇ ସେ ଟଳି ପଡ଼ିଥିଲେI ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେI

ରାଘବା ଉଚ୍ଚ ମଧୁମେହ ରୋଗରେ ପୀଡିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେI ପୂର୍ବତନ କାଉନସିଲରଙ୍କ ସମ୍ପର୍କୀୟ ବୋଲି ସୂଚନାରୁ ଜଣାପଡ଼ିଛିI ଆଜି ରାୟଗଡ଼ା ସଦର ମହକୁମାରେ ହୃଦଘାତରେ ମୃତ୍ୟୁ କରିଥିବା ଦ୍ଵିତୀୟ ଘଟଣାI ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛିI ଗୋଟିଏ ଦିନରେ ଦୁଇ ଜଣ ଯୁବକଙ୍କ ହୃଦଘାତ ଜନିତ ମୃତ୍ୟୁକୁ ନେଇ ଚର୍ଚ୍ଚା ହେଉଛିI

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button