ମନୋରଞ୍ଜନ
Two consecutive releases: ଲଗାତାର ଦୁଇଟି ରିଲିଜ୍
ଭିନ୍ନ ଧରଣର ଚରିତ୍ର ଓ କାହାଣୀ ପାଇଁ ପରିଚିତ ଅଭିନେତା ଆୟୁଷ୍ମାନ ଖୁରାନା ଏବେ ଦୁଇଟି ନୂଆ ଚଳଚ୍ଚିତ୍ର ସହ ପରଦାକୁ ଫେରୁଛନ୍ତି। ଏ ଦୁଇ ଚଳଚ୍ଚିତ୍ରର କାହାଣୀ ଓ ଚରିତ୍ର ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଭିନ୍ନ ଧରଣର ଚରିତ୍ର ଓ କାହାଣୀ ପାଇଁ ପରିଚିତ ଅଭିନେତା ଆୟୁଷ୍ମାନ ଖୁରାନା ଏବେ ଦୁଇଟି ନୂଆ ଚଳଚ୍ଚିତ୍ର ସହ ପରଦାକୁ ଫେରୁଛନ୍ତି। ଏ ଦୁଇ ଚଳଚ୍ଚିତ୍ରର କାହାଣୀ ଓ ଚରିତ୍ର ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଗୋଟିଏ ହେଉଛି ହାସ୍ୟରସାତ୍ମକ ସ୍ପାଇ କାହାଣୀ ‘ଉଡ଼ତା ତୀର’ ଏବଂ ଅନ୍ୟଟି ପାରିବାରିକ ପ୍ରେମକାହାଣୀ ‘ୟେ ପ୍ରେମ୍ ମୋଲ୍ ଲିୟା’। ଆକାଶ କୌଶିକଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଉଡ଼ତା ତୀର’ରେ ଆୟୁଷ୍ମାନଙ୍କ ସହ ସାରା ଅଲୀ ଖାଁ ଅଭିନୟ କରିଛନ୍ତି। ଅକ୍ଟୋବର ୯ରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଜଣେ ପାକିସ୍ତାନୀ ଗୁପ୍ତଚର ଭୂମିକାରେ ଅଛନ୍ତି। ଏକ ବିସ୍ଫୋରଣ ପରେ ସ୍ମୃତିଶକ୍ତି ହରାଇ ସେ ନିଜକୁ ଭାରତୀୟ ଅଧିକାରୀ ଭାବିବାକୁ ଲାଗନ୍ତି। ଏହାକୁ ନେଇ ଗୁପ୍ତଚର ମିସନ୍ରେ ସୃଷ୍ଟି ହେଉଥିବା ଗୋଳମାଳିଆ ପରିସ୍ଥିତି ହିଁ ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ।
ସୌଜନ୍ୟ ସମ୍ବାଦ




