ମନୋରଞ୍ଜନ

Ranbir Kapoor: ରଣବୀର କପୁରଙ୍କୁ ନେଇ ପୁରୁଣା ଫିଲ୍ମର ରିମେକ୍ କରିଥାନ୍ତେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ

ଆଜି ହେଉଛି ବଲିଉଡର ଲୋକପ୍ରିୟ ନାୟକ ରଣବୀର କପୁରଙ୍କ ଜନ୍ମଦିନ। ଏବେ ସେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ‘ଲଭ୍ ଆଣ୍ଡ ୱାର୍’ ସିନେମାରେ କାମ କରୁଛନ୍ତି। ଏଥିରେ ଆଲିଆ ଭଟ୍ଟ ଅଛନ୍ତି ନାୟିକା ଭୂମିକାରେ।

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ନାୟକ ରଣବୀର କପୁରଙ୍କ ଜନ୍ମଦିନ। ଏବେ ସେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ‘ଲଭ୍ ଆଣ୍ଡ ୱାର୍’ ସିନେମାରେ କାମ କରୁଛନ୍ତି। ଏଥିରେ ଆଲିଆ ଭଟ୍ଟ ଅଛନ୍ତି ନାୟିକା ଭୂମିକାରେ। ରଣବୀର କପୁର ସଂଜୟ ଲୀଲା ଭଂସାଲୀଙ୍କ ‘ସାୱରିୟା’ ଜରିଆରେ କ୍ୟାରିଅର୍ ଆରମ୍ଭ କରିଥିଲେ। ତେବେ ଆପଣ କ’ଣ ଜାଣନ୍ତି ସଂଜୟ ଲୀଲା ଭଂସାଲୀ ରଣବୀର କପୁରଙ୍କୁ ନେଇ ଏକ ପୁରୁଣା ହିନ୍ଦୀ ଛବିର ରିମେକ୍ କରିବାର ଯୋଜନା କରିଥିଲେ।

ସେତେବେଳକୁ ରଣବୀର କପୁରଙ୍କ ବୟସ ୨୦ ବର୍ଷ

ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ରଣବୀର ଓ ଆଲିଆଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାର ଯୋଜନା କରିଥିଲେ। ସେହି ଫିଲ୍ମଟି ହେଲା ୧୯୭୬ରେ ରିଲିଜ୍ ହୋଇଥିବା ସୁପରହିଟ୍ ‘ବାଲିକା ବଧୂ’ର ରିମେକ୍‌। ସେତେବେଳକୁ ଆଲିଆ ଭଟ୍ଟଙ୍କର ବୟସ ଥିଲା ମାତ୍ର ୧୧ ବର୍ଷ ଓ ରଣବୀର କପୁରଙ୍କ ବୟସ ୨୦ ବର୍ଷ। ସେହି ସମୟରେ ରଣବୀର କପୁର ପ୍ରଖ୍ୟାତ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ସହକାରୀ ଭାବେ କାମ କରୁଥିଲେ।

ଏହି ଫିଲ୍ମ ତିଆରି କରିବା ଆଗରୁ ନିର୍ଦ୍ଦେଶକ ରଣବୀର ଓ ଆଲିଆଙ୍କର ଫଟୋ ସୁଟ୍ କରାଇଥିଲେ। ଆଲିଆ ସେ ସମୟର ସ୍ମୃତିକୁ ତାଜା କରି କହିଛନ୍ତି ଯେ, ରଣବୀରଙ୍କ କାନ୍ଧରେ ନିଜର ମଥା ରଖି ଏହି ଫଟୋ ଉଠାଇବାର ଥିଲା। ଏକଥା ଜାଣିବା ବେଳେ ତାଙ୍କୁ ଖୁବ୍ ଲାଜ ଲାଗୁଥିଲା। ବଡ଼ କଷ୍ଟରେ ଏହି ଫଟୋ ସୁଟ୍ କରାଯାଇଥିଲା।

ତେବେ କୌଣସି କାରଣରୁ ଏହି ସିନେମା ନିର୍ମିତ ହୋଇନଥିଲା। ସେ ଯାହା ହେଉନା କାହିଁକି ପ୍ରାୟ ୧୫ ବର୍ଷ ପରେ ରଣବୀର କପୁରଙ୍କ ସହ ତାଙ୍କୁ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ କାମ କରିବାର ସୁଯୋଗ ମିଳିଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button