ରାଶିଫଳ

Horoscope 2026 September 30: ଜାଣନ୍ତୁ ଆଜିର ରାଶିଫଳ

‌ମେ‌ଷ: କୌଣସି ନିଣ୍ଣୟ ନେବା ପୂର୍ବରୁ ପରିବାର ଲୋକଙ୍କ ମତ ନିଅନ୍ତୁ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ଶାନ୍ତି ବଜାୟ ରହିବ।

ବୃଷ: ଅଫିସ କାମରେ ଆପଣ ବ୍ୟସ୍ତ ରହିବେ। ଇଂଜିନିୟରଙ୍କୁ ଭଲ ଜାଗାରେ ଚାକିରି ମିଳିବ। ବେପାରରେ ଲାଭ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମିଥୁନ: ଘରୁ କାମରେ ବାହାରୁଥିବା ବେଳେ ବନ୍ଧୁ ଠାରୁ ଫୋନକୋଲ୍ ଆସିବ। ଜୀବନକୁ ଭଲ ଢ଼ଙ୍ଗରେ ଜିଇଁବା ପାଇଁ ପ୍ରୟାସ କରିବେ। ଆପଣଙ୍କ ଭାଗ୍ୟର ଦ୍ବାର ଖୋଲିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କର୍କଟ: ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ପୁତ୍ର ପକ୍ଷରୁ ଆପଣଙ୍କୁ ସୁଖ ମିଳିବ। ରାଜନୀତିରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇବେ।‌

ସିଂହ: ଧର୍ମକାର୍ଯ୍ୟରେ ମନ ଲାଗିବ। ଅଫିସରେ କୌଣସି କଥାକୁ ନେଇ ମାନସିକ ସ୍ଥିତି ଖରାପ ହୋଇପାରେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ସୋସିଆଲ ମିଡ଼ିଆରେ
ବିଛା: ଆପଣ କୌଣସି ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ଛାତ୍ରଙ୍କର ଅଧୁରା କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ‌‌ଆପଣଙ୍କର ବନ୍ଧୁ ବଢ଼ିବେ। ‌

କନ୍ୟା: ଆପଣଙ୍କର କୌଣସି କାମର ପ୍ରଶଂସା ହେବ। ମହିଳାମାନେ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଯୋଗ ଅଛି। ଜୀବନସାଥୀ ସହ ଲାଗି ରହିଥିବା ଭୁଲ୍ ବୁଝାମଣା ଦୂର ହେବ।

ତୁଳା: ପେସାଦାର ବ୍ୟବସାୟୀ ଡ଼ିଲ୍ ହସ୍ତାକ୍ଷର କରିବେ। ଅଧ୍ୟାପକଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଭାଇ ଭଉଣୀଙ୍କ ସହିତ ଖୁବ୍ ମନୋରଂଜନ କରିବେ। ବୈବାହିକ ଜୀବନ ସୁଖମୟ ରହିବ।

ବିଛା: ଆପଣ କୌଣସି ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ଛାତ୍ରଙ୍କର ଅଧୁରା କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ‌‌

ଧନୁ: କାରବାରରେ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ଆବଶ୍ୟକତା ଠାରୁ କାହାରିକୁ ଅଧିକ ଭରସା କରନ୍ତୁ ନାହିଁ। ଋଣ ପାଇଁ ଆବେଦନ କରିଥିଲେ ଆଜି ଆପଣଙ୍କୁ ସୀକୃତି ମିଳିବ। ଶରୀର ସୁସ୍ଥ ରହିବ।

ମକର: ଧର୍ମକାର୍ଯ୍ୟ ଆଡ଼କୁ ମନ ଢ଼ଳି ରହିବ। ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ। ଆମଦାନି ବୃଦ୍ଧି ଲାଗି କୌଣସି ନୂଆ ଯୋଜନା ଆପଣଙ୍କ ମସ୍ତିଷ୍କରେ ଆସିବ।

କୁମ୍ଭ: ବ୍ୟବସାୟୀଙ୍କ କାମରେ ଅନୁକୂଳତା ବନି ରହିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ପ୍ରତିଯୋଗୀ ପରୀକ୍ଷା ପାଇଁ ଲାଗି ରହିଥିବା ଛାତ୍ରଛାତ୍ରୀଙ୍କୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସଫଳତା ମିଳିବ।

ମୀନ: ନୂଆ ବ୍ୟବସାୟ ଆରମ୍ଭ ଆପଣଙ୍କ ଲାଗି ଫଳଦାୟୀ ହେବ। ଆର୍ଥିକ ସ୍ଥିତିରେ ସୁଦୃଢ଼ ଆସିବ। ବେକାରଙ୍କୁ ରୋଜଗାରର ମଉକା ମିଳିବ। କାର୍ଯ୍ୟକ୍ଷେତ୍ରରେ ନିଜର କାମ ଅନ୍ୟମାନଙ୍କ ଦ୍ବାରା କରିନେବାର ସଫଳ ରହିବେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button