ଦେଶ ବିଦେଶ

Murder: ଅଫିସର୍‌ଙ୍କ ସମେତ ୪ ସହକର୍ମୀଙ୍କୁ ଗୁଳି କରି ହତ୍ୟା କଲେ ସିଆଇଏସ୍‌ଏଫ୍‌ ଯବାନ

ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ଜଣେ ସିଆଇଏସ୍‌ଏଫ୍‌ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ) ଯବାନ ତାଙ୍କ ୪ ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଅଫିସର୍‌ ଅଛନ୍ତି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୪୦ରେ କଠୁଆ ଜିଲ୍ଲାର ବସୋହଲି...

କଠୁଆ: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ଜଣେ ସିଆଇଏସ୍‌ଏଫ୍‌ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ) ଯବାନ ତାଙ୍କ ୪ ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଅଫିସର୍‌ ଅଛନ୍ତି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୪୦ରେ କଠୁଆ ଜିଲ୍ଲାର ବସୋହଲି ତହସିଲ ଅନ୍ତର୍ଗତ ସେବା-୨ ହାଇଡେଲ୍‌ ପାୱାର ପ୍ରୋଜେକ୍ଟର ସିଆଇଏସ୍‌ଏଫ୍‌ ଶିବିରରେ ଏହି ଘଟଣା ଘଟିଛି।

ସିଆଇଏସ୍‌ଏଫ୍‌ ମୁଖ୍ୟାଳୟ ଘଟଣାର ତଦନ୍ତ ପାଇଁ କୋର୍ଟ ଅଫ୍‌ ଏନ୍‌କ୍ବାରି ନିର୍ଦ୍ଦେଶ ଦେଇଛି। ଗୁଳିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଡ୍ୟୁଟି ପରିବର୍ତ୍ତନ ସମୟରେ ଯବାନମାନଙ୍କ ମଧ୍ୟରେ ବଚସା ହୋଇଥିବା ଏବଂ ଏହାପରେ ଅବଧେଶ ଗୁଳି ଚଳାଇଥିବା କୁହାଯାଉଛି। ସେବା-୨ ହାଇଡେଲ୍‌ ପାୱାର ପ୍ରୋଜେକ୍ଟ ବସୋହଲି ତହସିଲରେ ହିମାଚଳପ୍ରଦେଶ ସୀମା ନିକଟରେ ଅବସ୍ଥିତ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button