Airlines: ରୁଷ୍ ବିମାନ ପାଇଁ ବାୟୁସୀମା ବନ୍ଦ କଲା ପାକିସ୍ତାନ
ରୁଷ୍ର ଏକ ପରିବହନ ବିମାନକୁ ପାକିସ୍ତାନ ବାୟୁସୀମା ବ୍ୟବହାର ପାଇଁ ଅନୁମତି ଦେଇନାହିଁ। ରୁଷ୍ର ଉକ୍ତ ବିମାନଟି ବାଂଲାଦେଶର ରୋପ୍ପୁର ଆଣବିକ ଶକ୍ତି କେନ୍ଦ୍ର ପାଇଁ ଆଣବିକ ଇନ୍ଧନ ବହନ କରୁଥିଲା। ତେବେ ପାକିସ୍ତାନ ବାୟୁସୀମା ବ୍ୟବହାର ପାଇଁ...
ନୂଆଦିଲ୍ଲୀ: ରୁଷ୍ର ଏକ ପରିବହନ ବିମାନକୁ ପାକିସ୍ତାନ ବାୟୁସୀମା ବ୍ୟବହାର ପାଇଁ ଅନୁମତି ଦେଇନାହିଁ। ରୁଷ୍ର ଉକ୍ତ ବିମାନଟି ବାଂଲାଦେଶର ରୋପ୍ପୁର ଆଣବିକ ଶକ୍ତି କେନ୍ଦ୍ର ପାଇଁ ଆଣବିକ ଇନ୍ଧନ ବହନ କରୁଥିଲା। ତେବେ ପାକିସ୍ତାନ ବାୟୁସୀମା ବ୍ୟବହାର ପାଇଁ ଅନୁମତି ନଦେବା ଫଳରେ ବାଂଲାଦେଶର ଉକ୍ତ ଆଣବିକ କେନ୍ଦ୍ରରେ ୟୁରାନିୟମ୍ ପହଞ୍ଚିବାରେ ବିଳମ୍ବ ହୋଇଛି।
ତେବେ ପାକିସ୍ତାନରେ ପରେ ଉକ୍ତ ଘଟଣାକୁ ଏକ ଯାନ୍ତ୍ରିକ ପ୍ରସଙ୍ଗ ବୋଲି କହିଛି। ଉଲ୍ଲେଖଯୋଗ୍ୟ ସେପ୍ଟେମ୍ବର ୨୪ ତାରିଖରେ ଏହି ପରମାଣୁ ଇନ୍ଧନ ବାଂଲାଦେଶରେ ପହଞ୍ଚିବାର ଥିଲା। କିନ୍ତୁ ବିମାନଟିକୁ ପାକିସ୍ତାନ ବାୟୁସୀମା ବ୍ୟବହାର ଅନୁମତି ନମିଳିବାରୁ ଏହା ଧାର୍ଯ୍ୟ ସମୟରେ ବାଂଲାଦେଶରେ ପହଞ୍ଚିପାରିନି।
ବାଂଲାଦେଶର ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରୀ ଫକିର ମହବୁବ ଅନମ କହିଛନ୍ତି, ପାକିସ୍ତାନ କାହିଁକି ଏହାର ବାୟୁସୀମା ବ୍ୟବହାର ପାଇଁ ଅନୁମତି ଦେଲାନି ତାହା ଆମେ ଜାଣିନାହୁଁ। ତେବେ ବିମାନ ଅକ୍ଟୋବର ପ୍ରଥମ ସପ୍ତାହରେ ପହଞ୍ଚିବ ବୋଲି ରୁଷ୍ କହିଛି। ଅନ୍ୟପକ୍ଷେ ଢାକା ସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତ କହିଛନ୍ତି ଯେ ଏହା ଏକ ଯାନ୍ତ୍ରିକ ପ୍ରସଙ୍ଗ। ଏହାକୁ ପାକିସ୍ତାନ-ବାଂଲାଦେଶ ସମ୍ପର୍କ ସହ ଯୋଡ଼ିବା ଠିକ୍ ହେବନାହିଁ।
ସୌଜନ୍ୟ ସମ୍ବାଦ




