ଖେଳ

Guwahati ODI Today: ଆଜି ଗୁଆହାଟୀ ଦିନିକିଆ: ‘ସିରାଜ-ନବି’ ଦ୍ବନ୍ଦ୍ବରେ ଭାରତ

ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ବୁଧବାର ଗୁଆହାଟୀରେ ଖେଳାଯିବ। ତିରୁଅନନ୍ତପୁରମ୍‌ରେ ସହଜ ୮ ୱିକେଟ୍‌ ବିଜୟ ହାସଲ କରିଥିବା ଭାରତ ଏହି ତିନି ମ୍ୟାଚ୍‌ ଶୃଙ୍ଖଳାର

ଗୁଆହାଟୀ: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ବୁଧବାର ଗୁଆହାଟୀରେ ଖେଳାଯିବ। ତିରୁଅନନ୍ତପୁରମ୍‌ରେ ସହଜ ୮ ୱିକେଟ୍‌ ବିଜୟ ହାସଲ କରିଥିବା ଭାରତ ଏହି ତିନି ମ୍ୟାଚ୍‌ ଶୃଙ୍ଖଳାର ଭାଗ୍ୟକୁ ଏହିଠାରେ ସିଲ୍‌ କରିଦେବା ଲକ୍ଷ୍ୟରେ ହରିଛି। ଅଧିନାୟକ ଶୁବମନ ଗିଲ୍‌ ଓ ଭେଟେରାନ୍‌ ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ବିଜୟୀ ହୋଇଥିବାରୁ ଏବେ ଏଭଳି ସମ୍ଭାବନା ଦିଗରେ ଅଗ୍ରସର ହୋଇଛି। ଭାରତୀୟ ଦଳର ପେସ୍‌ ବୋଲିଂ ସମନ୍ବୟ ସଠିକ ଦିଶାରେ ନଥିବା ଏବଂ ଦଳୀୟ ଚୟନରେ ପରୀକ୍ଷା ନିରୀକ୍ଷା ଜାରି ରହିବା ସତ୍ତ୍ବେ ତିରୁଅନନ୍ତପୁରମ୍‌ରେ ଏସବୁ ଦୁର୍ବଳତା ପଦାରେ ପଡ଼ି ନଥିଲା।

ଅଲରାଉଣ୍ଡର୍‌ ନୀତୀଶ କୁମାର ରେଡ୍ଡୀ ବୋଲିଂ ଓପନ୍‌ କରିବା ବି ଫଳପ୍ରଦ ହୋଇପାରି ନଥିଲା। ଫଳତଃ ଯଶପ୍ରୀତ୍‌ ବୁମରା ଓ ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା। ଏବେ ଭାରତ ମହମ୍ମଦ ସିରାଜଙ୍କୁ ଫେରାଇ ଆଣିବ ନା ଆକ୍ବିବ ନବିଙ୍କୁ ପଦାର୍ପଣ ସୁଯୋଗ ଦେବ? ସେହି ଦ୍ବନ୍ଦ୍ବରେ ପଡ଼ିଛି। ବ୍ୟାଟିଂ କିନ୍ତୁ ଘରୋଇ ଦଳର ମୁଖ୍ୟ ଶକ୍ତି ହୋଇ ରହିଛି। ରୋହିତ ଶର୍ମାଙ୍କ ଉପରେ ମଧ୍ୟ ବିଶେଷ ନଜର ରହିବ। ସେ ଗତ ମ୍ୟାଚ୍‌ରେ ଭଲ ଆରମ୍ଭ ସତ୍ତ୍ବେ ୩୨ ରନ୍‌ରେ ଅଟକି ଯାଇଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ଶୃଙ୍ଖଳାରେ ଜୀବନ୍ତ ରହିବାକୁ ଗୁଆହାଟୀ ମ୍ୟାଚ୍‌ରେ କର ବା ମର ସ୍ଥିତିରେ ରହିବ। ଆଗାମୀ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଖେଳିବା ପୂର୍ବରୁ ଭ୍ରମଣକାରୀ ଦଳକୁ ମଧ୍ୟ ଏହାର ବ୍ୟାଟିଂ, ବୋଲିଂ, ଫିଲ୍ଡିଂ ଆଦିରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ। ତିରୁଅନନ୍ତପୁରମ୍‌ରେ ଓପନର୍‌ ଜଷ୍ଟିନ୍‌ ଗ୍ରିଭ୍‌ସ ତାଙ୍କ ପ୍ରଥମ ଶତକ ହାସଲ କରିବା ଦଳ ପାଇଁ ସକାରାତ୍ମକ ଦିଗ ରଖିଛି। ଏହି ୨ ଥର ବିଶ୍ବ ଚାମ୍ପିଅନ୍‌ ଦଳ କିନ୍ତୁ ଏବେ ବି ୨୦୨୭ ସଂସ୍କରଣ ବିଶ୍ବକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିନପାରି ଚାପରେ ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button