Odisha Strike: ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ, ସକାଳ ୬ରୁ ସଂନ୍ଧ୍ୟା ୬ ବନ୍ଦ ଡାକରା

ଭୁବନେଶ୍ୱର , ୩୦/୦୯: ସେପ୍ଟେମ୍ବର ୩୦ (ବୁଧବାର) ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି। ସେହିପରି ଅକ୍ଟୋବର ୮ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି।
୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ନବନିର୍ମାଣ ଯୁବଛାତ୍ର ସଂଗଠନ ଓ କୃଷକ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କହିଛନ୍ତି ଯେ, ପିଲାମାନଙ୍କ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ୍ ରହିଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଵୀକାର କରିବା ସତ୍ତ୍ୱେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଅକ୍ଷୟ ପ୍ରଶ୍ନ କରିଥିଲେ। ଶୀଘ୍ର ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବା ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ, ଜନଆନ୍ଦୋଳନ ମାଧ୍ଯମରେ ସଡ଼କର ରାଜନୀତି ହିଁ ତାଙ୍କୁ ରାସ୍ତା ଦେଖାଇବ ବୋଲି ସେ ଚେତାବନୀ ଦେଇଛନ୍ତି।
ସେପଟେ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନକୁ ବିରୋଧ, ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏବଂ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆସନ୍ତା ୮ ତାରିଖରେ ବନ୍ଦ ଡାକରା ଦେଇଛି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏହି ପ୍ରତିବାଦରେ ସାମିଲ ହେବା ସହ ସହଯୋଗ କରିବାକୁ ‘ଇଣ୍ଡିଆ’ମେଣ୍ଟର ସମସ୍ତ ସହଯୋଗୀ ଦଳଗୁଡ଼ିକୁ ନିବେଦନ କରିଛନ୍ତି।
ସୌଜନ୍ୟ ପ୍ରମେୟ




