India Japan Defence Deal:ଚୀନ୍ ବିରୋଧରେ ଭାରତ-ଜାପାନର ‘ବ୍ରହ୍ମାସ୍ତ୍ର’, ସମୁଦ୍ର ସୁରକ୍ଷାରେ ହାତ ମିଳାଇଲେ ଦୁଇ ଦେଶ

ନୂଆଦିଲ୍ଲୀ: ହିନ୍ଦ-ପ୍ରଶାନ୍ତ ମହାସାଗରରେ ଚୀନର ବଢ଼ୁଥିବା ଦାଦାଗିରିକୁ ରୋକିବାକୁ ଭାରତ ଓ ଜାପାନ ଏକ ବଡ଼ ରଣନୀତି ଆପଣାଇଛନ୍ତି । ସମୁଦ୍ରର ଦୁଇ ଶକ୍ତିଶାଳୀ ଦେଶ ଏକଜୁଟ୍ ହୋଇ ଏପରି ଏକ ପ୍ରତିରକ୍ଷା ଚୁକ୍ତି କରିଛନ୍ତି, ଯାହା ଚୀନର ନିଦ ହଜାଇ ଦେଇଛି । କାଗଜପତ୍ରରେ ଏହା ଏକ ସାଧାରଣ ସହଯୋଗ ପରି ଦିଶୁଥିଲେ ମଧ୍ୟ ଏହା ପରଦା ପଛରେ ଏକ ବଡ଼ କୂଟନୈତିକ ରଣନୀତି, ଯାହା ଚୀନ୍ ନୌସେନାର ମେରୁଦଣ୍ଡ ଭାଙ୍ଗିଦେବ । ଗତ ଅଗଷ୍ଟ ୨୦, ୨୦୨୬ରେ ନୂଆଦିଲ୍ଲୀରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ କୋଇଜୁମିଙ୍କ ମଧ୍ୟରେ ‘ମେମୋରେଣ୍ଡମ୍ ଅଫ୍ ଆରେଞ୍ଜମେଣ୍ଟ ଅନ୍ ମେରିଟାଇମ୍ ସିକ୍ୟୁରିଟି କୋଅପରେସନ୍’ ସ୍ୱାକ୍ଷରିତ ହୋଇଛି ।
ଜାପାନର ପୁରୁଣା ଯାଦୁ କଳା ‘ତେଜୁମା’ ପରି, ଅର୍ଥାତ୍ ଏହି ଚୁକ୍ତିକୁ ବିପର୍ଯ୍ୟୟ ମୁକାବିଲା ବୋଲି କୁହାଯାଉଥିଲେ ମଧ୍ୟ ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଆଣ୍ଟି-ସବମରିନ୍ ୱାର୍ଫେୟାର ଏବଂ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ।
ସୌଜନ୍ୟ ପ୍ରମେୟ




