ଜାତୀୟ

SRH ମାଲିକାଣୀ କାବ୍ୟାଙ୍କ ହାତ ଧରିଲେ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ, ବିବାହ ଉତ୍ସବରେ ସେଲିବ୍ରିଟିଙ୍କ ମେଳି…

ହାଇଦ୍ରାବାଦ,୧୨/୧୧: ଆଇପିଏଲ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦର ସହ-ମାଲିକାଣୀ କାବ୍ୟା ମାରାନ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କୁ ବିବାହ କରିଛନ୍ତି । ଗ୍ରୀସରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି । ବିବାହ ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌କେଷ୍ଟାଲିନଙ୍କ ସହ ବହୁ ବଡ଼ ବଡ଼ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା । ଉଭୟ ବିବାହ ପାଇଁ କ୍ୟାଲେଣ୍ଡରର ଏକ ଅଦ୍ଭୁତ ତାରିଖକୁ ଚୟନ (୧୧/୧୧) କରିଥିଲେ ।

 

ଆସନ୍ତା ୨୧ ତାରିଖରେ ଚେନ୍ନାଇରେ କାବ୍ୟା-ଅନିରୁଦ୍ଧଙ୍କ ବିବାହ ଭୋଜି ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେପ ବିଜୟ ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷରେ ଏଥିରେ ଯୋଗ ଦେବା ନେଇ କାବ୍ୟା ନିମନ୍ତ୍ରଣ ଜଣାଇଛନ୍ତି ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button