ଜାତୀୟ

ନୌସେନାକୁ ମିଳିବ ୩ ହଜାରରୁ ଅଧିକ ନୂତନ ଅଗ୍ନିବୀର, INS ଚିଲକାରେ ଅନୁଷ୍ଠିତ ହେବ ପାସିଂ ଆଉଟ୍ ପରେଡ୍

ନୂଆଦିଲ୍ଲୀ,୧୨।୧୧: ଭାରତୀୟ ନୌସେନା ପାଇଁ ୧୩ ନଭେମ୍ବର ଦିନ ଖୁବ୍ ଖାସ୍ ହେବାକୁ ଯାଉଛି। ଓଡିଶାର ଆଇଏନ୍ଏସ ଚିଲିକାରେ ନୌସେନାର ଅଗ୍ନିବୀରର ପାସିଂ ଆଉଟ୍ ପରେଡ୍ ହେବ। ଏଥର ୩୩୦୦ ରୁ ଅଧିକ ଅଗ୍ନିବୀର ଓ ଇଣ୍ଡିଆନ୍ କୋଷ୍ଟ ଗାର୍ଡର ନାବିକ ଟ୍ରେନିଂ ଶେଷ କରି ପାସିଂ ଆଉଟ୍ ହେବେ। ଏହା ଆଇଏନଏସ୍ ଚିଲିକାରୁ ପାସ୍ ଆଉଟ୍ ହେଉଥିବା ଏପର୍ଯ୍ୟନ୍ତ ସବୁଠାରୁ ବଡ ବ୍ୟାଚ୍ ହେବ। ନୌସେନା ଆଡମିରାଲ କୃଷ୍ଣ ସ୍ୱାମୀନାଥନ ଏହି ପରେଡ୍‌ରେ ମୁଖ୍ୟ ଅତିଥି ଏବଂ ରିଭ୍ୟୁ ଅଫିସର ରହିବେ।

ଏହି ବ୍ୟାଚ୍‌ର ସବୁ ଅଗ୍ନିବୀର ୧୬ ସପ୍ତାହାର ପ୍ରାରମ୍ଭିକ ଟ୍ରେନିଂ ଶେଷ କରିଛନ୍ତି। ଏହି ସମୟରେ ତାଙ୍କୁ ଶାରିରୀକ ଅଭ୍ୟାସ, ସନ୍ତରଣ, କ୍ଲାସରୁମ୍ ଷ୍ଟଡି, ପରେଡ୍ ଓ ଆଉଟଡୋର ଟ୍ରେନିଂ ଦିଆଯାଇଛି। ଏହି ଟ୍ରେନିର ଉଦେଶ୍ୟ ହେଉଛି ଯୁବପୀଢିଙ୍କୁ ଶାରିରୀକ ରୂପରେ ମଜବୁତ, ମାନସିକ ରୂପରେ ପ୍ରସ୍ତୁତ ଏବଂ ଅନୁଶାସିତ ନୌସୈନିକ କରିବା। ପାସିଂ ଆଉଟ୍ ପରେଡ୍ ପରେ ହେବାକୁ ଥିବା ସମାରୋହର ଅଧ୍ୟକ୍ଷତା ଦକ୍ଷିଣ ନୌସେନାର କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଙ୍ଗ ଇନ୍ ଚିନ୍ ଭାଇସ୍ ଆଡମିରାଲ ସମୀର ସକସେନା କରିବେ।

-ଟ୍ରେନିଂରେ ଏହି କଥା ଉପରେ ରହିବ ଜୋର

-ଶାରିରୀକ ଫିଟ୍ନେସ୍ ଓ ସନ୍ତରଣ

-ହତିଆର ଓ ସାମରିକ ଟ୍ରେନିଂ ସମ୍ପର୍କିତ ଶିକ୍ଷା

-ଅନୁଶାସକ ଓ ନେତୃତ୍ବର କ୍ଷମତା

-ଟିମ୍‌ର ଭାବନା ଓ ପରସ୍ପର ସହ ତାଳମେଳ

-ନୌସେନାର ମୂଳ ମନ୍ତ୍ରୀ ଡ୍ୟୁଟି, ଅନର ଓ କରେଜ୍ ଅର୍ଥାତ କର୍ତ୍ତବ୍ୟ, ସମ୍ମାନ ଏବଂ ସାହାସ।

ଇଭେଣ୍ଟର ହେବ ସିଧା ପ୍ରସାରଣ

ଏହି ସମାରୋହରେ, ଶ୍ରେଷ୍ଠ ପ୍ରଦର୍ଶନକାରୀ ଅଗ୍ନିବୀର, ଶ୍ରେଷ୍ଠ ଡିଭିଜନ୍ ଏବଂ ଶ୍ରେଷ୍ଠ ପ୍ରଶିକ୍ଷକଙ୍କୁ ସମ୍ମାନିତ କରାଯିବ। ପରେଡରେ ଅଗ୍ନିବୀରଙ୍କ ପରିବାର, ପୂର୍ବତନ ନୌସେନା ଅଧିକାରୀ ଏବଂ ଅନେକ ବିଶେଷ ଅତିଥି ଯୋଗଦେବେ। ଏହି କାର୍ଯ୍ୟକ୍ରମ ଭାରତୀୟ ନୌସେନାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ସିଧା ପ୍ରସାରଣ କରାଯିବ। ଏହାର ଅର୍ଥ ହେଉଛି ୧୬ ସପ୍ତାହର ଟ୍ରେନିଂ ଶେଷ କରିବା ପରେ ୩,୩୦୦ ରୁ ଅଧିକ ଯୁବକ ଏବେ ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀରେ ସେମାନଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ।

କର୍ତ୍ତବ୍ୟ, ସମ୍ମାନ ଏବଂ ସାହାସର ଶିକ୍ଷା

ତାଲିମ ସମୟରେ, କ୍ୟାଡେଟମାନଙ୍କ ଶାରୀରିକ ସୁସ୍ଥତା ଏବଂ ସନ୍ତରଣ ଉପରେ ବିଶେଷ ଧ୍ୟାନ ଦିଆଯାଏ। ସେମାନଙ୍କୁ ଅସ୍ତ୍ରଶସ୍ତ୍ର ବ୍ୟବହାର ଏବଂ ସାମରିକ କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଏ। ଏହି ଟ୍ରେନିଂ ଶୃଙ୍ଖଳା, ନେତୃତ୍ୱ, ଦଳଗତ କାର୍ଯ୍ୟ ଏବଂ ପାରସ୍ପରିକ ସମନ୍ୱୟ ଉପରେ ମଧ୍ୟ ଗୁରୁତ୍ୱ ଦିଏ। କ୍ୟାଡେଟମାନଙ୍କୁ ନୌସେନାର ମୂଳ ମୂଲ୍ୟବୋଧ ‘କର୍ତ୍ତବ୍ୟ, ସମ୍ମାନ ଏବଂ ସାହସ’ର ମୂଲ୍ୟକୁ ଗ୍ରହଣ କରିବାକୁ ଶିକ୍ଷା ଦିଆଯାଏ, ଯାହା ସେମାନଙ୍କୁ ସମସ୍ତ ପରିସ୍ଥିତିରେ ଦାୟିତ୍ୱ ଏବଂ ସାହସର ସହିତ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାକୁ ସକ୍ଷମ କରିଥାଏ। ଯାହାଫଳରେ ସେମାନେ ଯେ କୌଣସି ପରିସ୍ଥିତିରେ ଦାୟିତ୍ବ ଓ ସାହାସ ସହିତ ନିଜର କାମ କରିପାରେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button