ଜାତୀୟ

Financial Deadlines Today: ସରିଯାଉଛି ଡେଡଲାଇନ୍ ! LPG ସବସିଡିଠାରୁ ବ୍ୟାଙ୍କିଂ ନିୟମ ପର୍ଯ୍ୟନ୍ତ ବଦଳିବ ଅନେକ କିଛି

ଯଦି ଆପଣ କୌଣସି ଜରୁରୀ କାମକୁ ସ୍ଥଗିତ ରଖିଛନ୍ତି, ତେବେ ଆଜି ଅର୍ଥାତ୍ ୩୦ ସେପ୍ଟେମ୍ବର ଆପଣଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ । ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ଡେଡଲାଇନ୍ ଶେଷ ହେବାକୁ ଯାଉଛି । ଏଥିମଧ୍ୟରୁ ଟିକସ ଅଡିଟ୍ ରିପୋର୍ଟଠାରୁ ଆରମ୍ଭ କରି ଏଲପିଜି ସବସିଡି ପର୍ଯ୍ୟନ୍ତ ସବୁକିଛି ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଆଜି କେଉଁ କାମଗୁଡ଼ିକୁ ଶେଷ କରିବାକୁ ପଡ଼ିବ ଏବଂ କେଉଁ ସେବାଗୁଡ଼ିକର ସମୟସୀମା ସରିବାକୁ ଯାଉଛି:

୧. ଏଲପିଜି ସବସିଡି

ଆଜି ଏଲପିଜି ସବସିଡି ସୁବିଧା ପାଇଁ ଏକ ଖାସ୍ ଦିନ । ୧ ଅକ୍ଟୋବର ୨୦୨୬ରୁ ଏହାର ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ସରକାର ସବସିଡିର ଲାଭ ନେଉଥିବା ଉପଭୋକ୍ତାମାନଙ୍କୁ ବାୟୋମେଟ୍ରିକ୍ ଆଧାର ଅଥେଣ୍ଟିକେସନ୍ କରିବାକୁ କହିଛନ୍ତି, ଯାହାର ଶେଷ ତାରିଖ ଆଜି ।

୨. ଟିକସ ଅଡିଟ୍ ରିପୋର୍ଟ

ଯଦି ଆପଣ ଜଣେ ଏପରି କରଦାତା ଅଟନ୍ତି ଯାହାଙ୍କ ଉପରେ ଆୟକର ଅଡିଟ୍ ଲାଗୁ ହୁଏ, ତେବେ ଆଜି ଅଡିଟ୍ ରିପୋର୍ଟ ଅପଲୋଡ୍ କରିବାର ଶେଷ ଦିନ ଥିଲା । ତେବେ ସରକାର ଆଶ୍ୱସ୍ତି ପ୍ରଦାନ କରି ଏହାର ନୂତନ ଡେଡଲାଇନ୍ ୨୧ ଅକ୍ଟୋବର ୨୦୨୬କୁ ବୃଦ୍ଧି କରିଛନ୍ତି । ଏହି କୋହଳ କେବଳ ସେହି କରଦାତାଙ୍କ ପାଇଁ ଯାହାଙ୍କ ଉପରେ ଟିକସ ଅଡିଟ୍ ଲାଗୁ ହୋଇଥାଏ ।

୩. ମାଗଣା ଟ୍ରାଞ୍ଜାକ୍ସନ୍ ସୀମା

SBI ପକ୍ଷରୁ ୧ ଅକ୍ଟୋବର ୨୦୨૬ରୁ ସାଲାରୀ ପ୍ୟାକେଜ୍ ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏହି ନିୟମ ଅନୁଯାୟୀ, ଅନ୍ୟ ବ୍ୟାଙ୍କର ଏଟିଏମ୍ ଏବଂ ଅଟୋମେଟେଡ୍ ଡିପୋଜିଟ୍ ମେସିନରେ ପ୍ରତି ମାସରେ ମିଳୁଥିବା ମାଗଣା ଟ୍ରାଞ୍ଜାକ୍ସନ୍ର ସୀମାକୁ ୧୦ରୁ ଖସାଇ ୫ କରାଯାଇଛି । ତେବେ ପୁରୁଣା ସୁବିଧା ପାଇଁ ଆଜି ଶେଷ ଦିନ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button