ମନୋରଞ୍ଜନ
Swara Bhasker IVF: ବିବାହ ପୂର୍ବରୁ ମା‘ ହେବାକୁ ଚାହୁଁଥିଲେ ସ୍ୱରା, ଦୁଇଥର କରାଇଥିଲେ IVF

ନୂଆଦିଲ୍ଲୀ, ୩୦/୦୯: ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ନିଜ ମାତୃତ୍ୱ ଯାତ୍ରାକୁ ନେଇ କରିଛନ୍ତି ବଡ଼ ଖୁଲାସା। ବିବାହ ପୂର୍ବରୁ ହିଁ ସେ ଆଇଭିଏଫ୍ (IVF) ଜରିଆରେ ସନ୍ତାନ ପାଇବାକୁ ଚେଷ୍ଟା କରିଥିଲେ। ରିଆଲିଟି ସୋ’ ‘ରାଇଜ୍ ଆଣ୍ଡ୍ ଫଲ୍’ରେ ନିଜ ଜୀବନର ଏହି ବ୍ୟକ୍ତିଗତ ଅଧ୍ୟାୟ ବିଷୟରେ ସେ ଖୋଲାଖୋଲି କଥା ହୋଇଛନ୍ତି। ସ୍ୱରାଙ୍କ କହିବା ଅନୁସାରେ, ଜୀବନର ଏକ ସମୟରେ ତାଙ୍କୁ ଲାଗିଥିଲା ଯେ ବୋଧହୁଏ ତାଙ୍କର ବିବାହ ହେବ ନାହିଁ। ହେଲେ ସେ ଛୋଟ ପିଲାଙ୍କୁ ବହୁତ ଭଲ ପାଉଥିଲେ ଏବଂ ମା’ ହେବାର ଇଚ୍ଛା ତାଙ୍କ ମନରେ ଦୃଢ଼ ଥିଲା। ତେଣୁ ବିବାହ ହେଉ କି ନହେଉ, ନିଜର ସନ୍ତାନ ହେବା ନେଇ ସେ ନିଷ୍ପତ୍ତି ନେଇଥିଲେ। ଏପରିକି ଅବିବାହିତ ମା’ ହେବାର ବିକଳ୍ପ ଉପରେ ମଧ୍ୟ ସେ ବିଚାର କରିଥିଲେ। ଏନେଇ ସେ ନିଜ ବାପା-ମା’ଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।
ସୌଜନ୍ୟ ପ୍ରମେୟ




