Paris Fashion Week 2026: ପ୍ୟାରିସ୍ ଫ୍ୟାଶନ ୱିକ୍ରେ ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍, ହୀରା ମୁକୁଟରେ ମଞ୍ଚରେ ଜଲୱା

ନୂଆଦିଲ୍ଲୀ, ୩୦/୦୯: ପ୍ୟାରିସ୍ ଫ୍ୟାଶନ ୱିକ୍-୨୦୨୬ରେ ପୁଣି ଥରେ ନିଜ ଲୁକ୍ରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସୋମବାର ପ୍ୟାରିସ୍ରେ ଆୟୋଜିତ ଫ୍ୟାଶନ ଶୋ’ର ରାମ୍ପରେ ଚାଲିଥିଲେ ଐଶ୍ୱର୍ଯ୍ୟା। ତାଙ୍କ ରୟାଲ ଅନ୍ଦାଜ୍ ଏବେ ଫ୍ୟାଶନ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫ୍ୟାଶନ ଶୋ’ରେ ଐଶ୍ୱର୍ଯ୍ୟା ଡିଜାଇନର ୟାରା ଶୁମେକରଙ୍କ ଡିଜାଇନ୍ କରାଯାଇଥିବା ଭେଲ୍ଭେଟ୍ ଡ୍ରେସ୍ ପିନ୍ଧିଥିଲେ। ଏହା ସହିତ ମୁଣ୍ଡରେ ହୀରା ମୁକୁଟ ତାଙ୍କ ଲୁକ୍କୁ ଆହୁରି ରାଜକୀୟ କରିଥିଲା। ରାମ୍ପରେ ଚାଲିବା ସମୟରେ ଐଶ୍ୱର୍ଯ୍ୟା ଦର୍ଶକଙ୍କ ଆଡକୁ ହାତ ଯୋଡି ନମସ୍କାର କରିଥିଲେ।
ଏହି ଫ୍ୟାଶନ ଶୋ’ରେ ଐଶ୍ୱର୍ଯ୍ୟାଙ୍କ ସହ ହଲିଉଡ୍ ଅଭିନେତ୍ରୀ ସିମୋନ ଏଶଲି, ଇଭା ଲଙ୍ଗୋରିୟା ଏବଂ କେଣ୍ଡଲ ଜେନରଙ୍କ ଭଳି ଅନ୍ତର୍ଜାତୀୟ ତାରକାମାନେ ମଧ୍ୟ ରାମ୍ପରେ ନଜର ଆସିଥିଲେ। ଗାୟିକା ସେଲିନ ଡିୟୋନଙ୍କ ଉପସ୍ଥିତି ମଧ୍ୟ ଏହି ଆୟୋଜନକୁ ଆହୁରି ଚର୍ଚ୍ଚିତ କରିଥିଲା। ପ୍ୟାରିସ୍ ଫ୍ୟାଶନ ୱିକ୍ ଆରମ୍ଭ ହେବା ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏଥିରେ ସେ ସିମୋନ ଏଶଲିଙ୍କ ସହ କଥାବାର୍ତ୍ତା କରୁଥିବା ଦେଖାଯାଇଥିଲା। ଦୁଇ ତାରକାଙ୍କ ଏହି ମୁହୂର୍ତ୍ତ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଥିଲା।
ସୌଜନ୍ୟ ପ୍ରମେୟ




