ରାଜ୍ୟ

OHRC Camp Court ସୁନ୍ଦରଗଡ଼ରେ ମାନବ ଅଧିକାର ଆୟୋଗଙ୍କ କ୍ୟାମ୍ପ କୋର୍ଟ

ସୁନ୍ଦରଗଡ଼ରେ ଓଡ଼ିଶା ମାନବ ଅଧିକାର ଆୟୋଗର କ୍ୟାମ୍ପ କୋର୍ଟ ଶେଷ। ଜିଲ୍ଲାର ୪୩ ମାମଲା ଉପସ୍ଥାପିତ ହୋଇ ୨୪ଟିର ସମାଧାନ ହୋଇଛି।

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସଦ୍‌ଭାବନା ଭବନରେ ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏକ କ୍ୟାମ୍ପ କୋର୍ଟ ଆଜି ଶେଷ ହୋଇଛି।

ଏହି କ୍ୟାମ୍ପ କୋର୍ଟରେ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଶତ୍ରୁଘ୍ନ ପୂଜାହାରୀ ଅଧ୍ୟକ୍ଷତା କରିଥିଲେ । ଆୟୋଗଙ୍କ ନିକଟରେ ସୁନ୍ଦରଗଡ଼ ଜିଲ୍ଲାର ମୋଟ ୪୩ଟି ମାମଲା ଉପସ୍ଥାପନ କରାଯାଇଥିଲା। ସେଥିମଧ୍ୟରୁ ୨୪ଟି ମାମଲାର ସମାଧାନ କରାଯାଇଥିଲା । ସେହିପରି ଝାରସୁଗୁଡ଼ା ଜିଲ୍ଲାର ୨୧ଟି ମାମଲା ଆୟୋଗଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା ବେଳେ ସେଥିରୁ ୧୦ଟି ମାମଲାର ସମାଧାନ କରାଯାଇଥିଲା।

ଏହି କ୍ୟାମ୍ପ କୋର୍ଟ ସମୟରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର ଅନ୍ୟ ଅଧିକାରୀ ତଥା ସମ୍ପୃକ୍ତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button