ଫ୍ଲାଏଦୁବାଇ ବିମାନ.. ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଟ୍ରମ୍ପ, ନେତାନ୍ୟାହୁ ; ସ୍ମିତଙ୍କୁ ଛୁଟୁଛି ପ୍ରଶଂସାର ସୁଅ

ନୂଆଦିଲ୍ଲୀ : ସ୍ମିତଙ୍କ ସାହସିକତା ପାଇଁ ଚାରି ଆଡୁ ଛୁଟୁଛି ପ୍ରଶଂସାର ସୁଅ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ ପ୍ରଶଂସା କରିଛନ୍ତି, ଯିଏ ନିଜ ଜୀବନକୁ ବାଜି ଲଗାଇ ୧୮୦ ଜଣ ଯାତ୍ରୀଙ୍କୁ ମରଣ ମୁହଁରୁ ରକ୍ଷା କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ସାଜିଛନ୍ତି।
ଦୁବାଇ-ତେଲ ଅଭିଭ୍ ଫ୍ଲାଏଦୁବାଇ ବିମାନକୁ ଅପହରଣ ଏବଂ ଦୁର୍ଘଟଣାଗ୍ରସ୍ତ କରିବାକୁ ଚେଷ୍ଟା କରିଥିବା ସହ-ପାଇଲଟ୍ଙ୍କ ସାମ୍ନା କରିବା ପାଇଁ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ଙ୍କୁ ହିରୋ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ୧୮୦ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ, ସ୍ମିତ୍ ଅଦମ୍ୟ ସାହସ ଏବଂ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ଏକ ଅଟଳ ସଂକଳ୍ପ ପ୍ରଦର୍ଶନ କରିଛନ୍ତି। ତାଙ୍କ ସାହସିକତା ଶହ ଶହ ଜୀବନ ବଞ୍ଚାଇବାରେ ଏବଂ ଏକ ବଡ଼ ଦୁଃଖଦ ଘଟଣା ଏଡାଇବାରେ ସାହାଯ୍ୟ କରିଛି। ଭାରତ କ୍ୟାପ୍ଟେନ୍ ସ୍ମିତଙ୍କ ଉପରେ ଗର୍ବିତ।
ସୌଜନ୍ୟ ସମାଜ




