ବିଶେଷ

Amazon forest: ଅନେକ ଜଙ୍ଗଲର ସ୍ରଷ୍ଟା,୩୮ ବର୍ଷ ହେଲା ଆମାଜନ୍ ଜଙ୍ଗଲରେ ରହୁଛନ୍ତି

ନୂଆଦିଲ୍ଲୀ,୦୧ \୧୦  : ଜଙ୍ଗଲି ଜନ୍ତୁ, ଘାତକ ପରିସ୍ଥିତି ମଧ୍ୟରେ ଜୀବନ ବଞ୍ଚିବା ଭଳି କୌଣସି ସ୍ଥିତି ସେଠାରେ ନାହିଁ । ଏହା ସ୍ବତ୍ତେ ଦୀର୍ଘ ୪ ଦଶନ୍ଧି ଧରି ଜଣେ ବ୍ୟକ୍ତି ସେଠାରେ ରହୁଛନ୍ତି । ନିଜ ହିସାବରେ ଜୀବନ ବିତାଉଛନ୍ତି । ନିଜେ ହାତରେ ଲଗାଇଥିବା ଫସଲ ପ୍ରଥମ ଥର ଅମଳ କରିଛନ୍ତି, ଯାହା ପାଇଁ ସେ ଦୀର୍ଘ ୩୮ ବର୍ଷ ଅପେକ୍ଷା କରିଥିଲେ । ସେହି ବ୍ୟକ୍ତିଙ୍କ ନାଁ ଚିକୋ । ୩୮ ବର୍ଷ ପୂର୍ବେ ସେ ଆମାଜନ୍ ଜଙ୍ଗଲକୁ ଆସିଥିଲେ । ସେତେବେଳେ ସେ ୧୫୦୦ ବ୍ରାଜିଲ ନଟ୍ ଚାରା ଲଗାଇଥିଲେ । ସେହି ଗଛରେ ୩୮ ବର୍ଷ ପରେ ପ୍ରଥମ ଫଳ ଫଳିଛି । କାରଣ ବ୍ରାଜିଲ ନଟ୍ ଗଛ ପରିପକ୍ୱ ହେବାକୁ ଓ ଫଳ ଧରିବାକୁ ୩୦ ବର୍ଷରୁ ଅଧିକ ସମୟ ନେଇଥାଏ । ଆମାଜନରେ ଚିକୋ ନିଜେ ସରଞ୍ଜାମ ଯୋଗାଡ଼ କରି ରହୁଛନ୍ତି । ଜନ୍ତୁଙ୍କ ଶିକାର କରି ଭୋଜନ କରୁଛନ୍ତି ଏବଂ ନିରାଡ଼ମ୍ବର ଜୀବନ ବିତାଉଛନ୍ତି ।

ଆଧୁନିକ ଜୀବନ ବିତାଇବା ପାଇଁ ଏଠାରେ ତାଙ୍କ ପାଖରେ କୌଣସି ସୁବିଧା ନାହିଁ । ତଥାପି ସେ ଖୁସି ଅଛନ୍ତି । ୟେସ୍ ଥିଓରି ଏକ୍ସପେଡିସନର ଟିମ୍ ତାଙ୍କ ଜୀବନ ଉପରେ ଭିଡିଓ କରିଛନ୍ତି । ଆମାଜନ୍ ଜଙ୍ଗଲର ଗଭୀରକୁ ଅନେକ ଦିନର ଯାତ୍ରା ପରେ ଅଭିଯାନର ସଦସ୍ୟ ଚିକୋଙ୍କ ପାଖରେ ପହଞ୍ଚିଲେ । ଚିକୋ ଜାଣିନଥିଲେ ସେମାନେ କେବେ ଆସିବେ, କିନ୍ତୁ ସେମାନଙ୍କ ଭୋଜନ ପାଇଁ ସେ ଘୁସୁରି ପୋଡୁଥିଲେ । ଖାସ୍ କଥା ହେଉଛି ତାଙ୍କ ଘର ଆଖପାଖରେ ଯେତେ ଜଙ୍ଗଲ ଥିଲା, ସେସବୁର ସ୍ରଷ୍ଟା ଚିକୋ । ଚିକୋ ସେମାନଙ୍କୁ କହିଲେ, ଏଠାରେ ଟଙ୍କାର କୌଣସି ମୂଲ୍ୟ ନାହିଁ । ସମସ୍ତ ଆବଶ୍ୟକ ଜିନିଷ ନିଜକୁ ଫଳାଇବାକୁ କିମ୍ବା ପ୍ରସ୍ତୁତ କରିବାକୁ ପଡ଼େ । ସେଥିପାଇଁ ସବୁ ପ୍ରକାର ଫଳ ଗଛ ବି ତାଙ୍କ ଆଖପାଖରେ ମିଳିଯାଏ । ଆତ୍ମନିର୍ଭରଶୀଳତା ବିଚାର ଚିକୋଙ୍କୁ ବିଶାଳ ଆମାଜନରେ ଜୀବନ ଅତିବାହିତ ଲାଗି ପ୍ରେରିତ କରିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button