ଦେଶ ବିଦେଶ

Weather: ‘ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି’

ବର୍ଷା ଅଭାବ ଯୋଗୁ କର୍ଣ୍ଣାଟକରେ ୪୬,୩୨୪ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥିବା ଆକଳନ କରାଯାଇଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ବର କହିଛନ୍ତି, ରାଜ୍ୟରେ ୯୧ ପ୍ରତିଶତ ତାଲୁକକୁ ମରୁଡ଼ିପ୍ରବଣ ବୋଲି ଘୋଷଣା କରାଯାଇପାରେ।

ବେଙ୍ଗାଲୁରୁ: ବର୍ଷା ଅଭାବ ଯୋଗୁ କର୍ଣ୍ଣାଟକରେ ୪୬,୩୨୪ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥିବା ଆକଳନ କରାଯାଇଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ବର କହିଛନ୍ତି, ରାଜ୍ୟରେ ୯୧ ପ୍ରତିଶତ ତାଲୁକକୁ ମରୁଡ଼ିପ୍ରବଣ ବୋଲି ଘୋଷଣା କରାଯାଇପାରେ। କର୍ଣ୍ଣାଟକରେ ୨୪୦ ତାଲୁକ ରହିଛି। ସରକାର ଏଯାବତ୍ ୧୭୭ ତାଲୁକକୁ ମରୁଡ଼ିପ୍ରବଣ ଘୋଷଣା କରି ସାରିଛନ୍ତି।

ମନ୍ତ୍ରୀ ପରମେଶ୍ବର କହିଛନ୍ତି, ମରୁଡ଼ିପ୍ରବଣ ତାଲୁକ ସଂଖ୍ୟା ୨୨୦ରେ ପହଞ୍ଚିପାରେ, ଯାହା ରାଜ୍ୟର ୯୧ ପ୍ରତିଶତ। ମୋଟ୍‌ ଉପରେ ୧୭୭ ମରୁଡ଼ିପ୍ରବଣ ତାଲୁକ‌ରେ ପ୍ରାୟ ୪୭.୦୯ ‌ହେକ୍ଟରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଛି। ଏଥିଯୋଗୁ ଆନୁମାନିକ ପ୍ରାୟ ୪୬,୩୨୪.୫ କୋଟି ଟଙ୍କାର କ୍ଷତି ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଏକ ଚିଠି ଲେଖି ସେ ଏହା କହିଛନ୍ତି।

ପରମେଶ୍ବର କହିଛନ୍ତି, ୨୦୨୬ ଦକ୍ଷିଣପଶ୍ଚିମ ‌ମୌସୁମୀ ଶେଷ ପର୍ଯ୍ୟନ୍ତ ୨୨୦ରୁ ଅଧିକ ତାଲୁକକୁ ମରୁଡ଼ିପ୍ରବଣ ଘୋଷଣା କରାଯାଇପାରେ। ଏଥିଯୋଗୁ ମୁଖ୍ୟତଃ ହରଡ଼ , ତୁଳା, ଆଖୁ, ‌ସୋୟାବିନ୍‌ ଓ ମୁଗ ଚାଷ ପ୍ରଭାବିତ ହୋଇଛି। ଆସନ୍ତା ଅକ୍ଟୋବର ୩ ତାରିଖରେ ଏକ ଆଇଏମ୍‌ଟିସି (ଇଣ୍ଟର ମିନିଷ୍ଟରିଆଲ ସେଣ୍ଟ୍ରାଲ୍ ଟିମ୍‌) କର୍ଣ୍ଣାଟକ ଗସ୍ତ କରିବେ ବୋଲି କୁହାଯାଉଛି। ପର‌ମେଶ୍ବର ମଧ୍ୟ ମନ୍ତ୍ରୀ ଚୌହାନଙ୍କୁ ମରୁଡ଼ି ଆକଳନ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button